fbpx

‘ଗଧ’ ମନ୍ତବ୍ୟ ପାଇଁ ଥରୁରଙ୍କୁ କ୍ଷମା ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଭୁଲ ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନାଥ ରେଡ୍ଡି । ଗୁରୁବାର ଶଶୀ ଥରୁର ଏକ ଟ୍ୱିଟ କରି କହିଥିଲେ ଯେଉଁଥିରେ ସେ କହିଥିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ତାଙ୍କୁ ଗଧ ବୋଲି କହିଛନ୍ତି ଏହାକୁ ନେଇ ଶଶୀ ଥରୁର ଦୁଃଖ ପ୍ରକାଶ କରିଥିଲେ ।

ସୂଚନା ଅନୁଯାୟୀ, ବୁଧବାର ରେଡ୍ଡି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ସମୟରେ ଥରୁରଙ୍କ ‘ଗଧ’ ବୋଲି କହିଥିଲେ । ନିକଟରେ ଥରୁରଙ୍କ ତେଲେଙ୍ଗାନା ଗସ୍ତ ସମୟରେ ଏଭଳି ମନ୍ତବ୍ୟ ଦେଇଥିଲେ । ଗସ୍ତ ସମୟରେ ଥରୁର ଆଇଟି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ନେଇ ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓଙ୍କୁ ପ୍ରଂଶସା କରିଥିଲେ ।

ତେବେ ରେଡ୍ଡିଙ୍କର ମନ୍ତବ୍ୟ କଂଗେସକୁ ପସନ୍ଦ ହୋଇନଥିଲା । ଦଳ ମୁଖପାତ୍ର ମନିଷ ତିୱାରୀ ରେଡ୍ଡିଙ୍କୁ କହିଥିବା କଥା ଫେରାଇନେବାକୁ କହିଥିଲେ । ତେବେ ସୋମବାର ତାଙ୍କ କହିଥିବା କଥାକୁ ଫେରାଇନେବା ସହ କ୍ଷମା ପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.