Weather Update: 8 ସହରରେ 35 ଡିଗ୍ରୀ ଟପିଲା ତାପମାତ୍ରା, ହେଲେ ଆଜି….
ଆଜି ରାଜ୍ୟରେ କମିବ ତାପମାତ୍ରା । ଟାଇଁଟାଇଁ ଖରାରୁ ମୁକ୍ତି ପାଇବେ ଓଡିଶାବାସୀ ।
ଭୁୁବନେଶ୍ବର: ଚଳିତ ବର୍ଷ ମାଘ ମାସରୁ ପ୍ରବଳ ଗରମ ଅନୁଭୂତ ହେଉଛି । ତାପମାତ୍ରା 34 ଡିଗ୍ରୀ ଟପିଲାଣି । ତେବେ ଭିତରେ ଆଜି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ ।
ରାତି ତାପମାତ୍ରା ଆଜି ସାମାନ୍ୟ ହ୍ରାସ ପାଇବ । ସେହିପରି ଦିନ ତାପମାତ୍ରା ମଧ୍ୟ ଅଳ୍ପ କମିବ ବୋଲି ଅନୁମାନ କରାଯାଇଛି ।
ରାତିରେ ବୋହିବ ଶୀତଳା ପବନ- ଭୁବନେଶ୍ବର ପାଣିୁାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଆଜି ଦିନ ଏବଂ ରାତି ତାପପମାତ୍ରା ଅଳ୍ପ ମାତ୍ରାରେ ହ୍ରାସ ହେବ । ରାତିରେ ହାଲୁକା ଥଣ୍ଡା ଲାଗିପାରେ ବୋଲି କୁହାଯାଇଛି ।
ରାତିରେ କମିବ ତାପମାତ୍ରା- ବିଶେଷକରି ରାତି ତାପମାତ୍ରା 2ରୁ 3 ଡିଗ୍ରୀ କମିପାରେ ବୋଲି ଆଶଙ୍କା କରାଯାଇଛି । ସନ୍ଧ୍ୟା ହେଲେ ଶୀତଳା ପବନ ବୋହିପାରେ । ଓଡିଶାବାସୀ କିଛିମାତ୍ରାରେ ଆଉଟୁପାଉଟୁରୁ ରକ୍ଷା ପାଇପାରନ୍ତି ।
ସେହିପରି ବିଶେଷଜ୍ଞମାନେ କହିଛନ୍ତି ଯେ, ଆସନ୍ତା 14 ଏବଂ 15 ତାରିଖରେ ତାପମାତ୍ରା ଅଳ୍ପମାତ୍ରାରେ କମିବ । ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।
ଗୋଟିଏ ଦିନ ପରେ ସିଝିବ ଓଡିଶା- ହେଲେ 16ରୁ ପୁଣି ସିଝିବ ଓଡିଶା । ତାପମାତ୍ରା 36 ଡିଗ୍ରୀ ପାର୍ କରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।