fbpx

୩୯ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ୩୯.୮ ଡିଗ୍ରୀ ସହ ବାରିପଦା ଓ ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ହୋଇଥିବା ବେଳେ ଅନୁଗୁଳରେ ୩୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ତାପମାତ୍ରା ୩୯.୫ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ୱର ଓ ବଲାଙ୍ଗିରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ରହିଛି ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିପାରେ । ଆଗାମୀ ୨ ଦିନ ୯ ଜିଲ୍ଲାରେ ତାପମାତ୍ରା ବଢିପାରେ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ ପାଇଁ ସତର୍କ ସୂଚନା ଦିଆଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.