fbpx

କୋଭିଡ୍ ହସ୍ପିଟାଲରେ ନିଆଁ: ପୋଡ଼ି ହୋଇ ୧୦ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅହମ୍ମଦନଗର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ନିଆଁ ଗୋଟିଏ ସ୍ଥାନରୁ ଲାଗିବା ଆରମ୍ଭ ହେବା ପରେ ହସ୍ପିଟାଲର ବିଭିନ୍ନ ୱାର୍ଡକୁ ଏହା ବ୍ୟାପି ଯାଇଥିଲା ।

ରିପୋର୍ଟରୁ ଜଣାପଡ଼ିଛି ଯେ, ଅହମ୍ମଦନଗର ସିଭିଲ୍ ହସ୍ପିଟାଲ ଆଇସିୟୁରେ ମୋଟ ୨୫ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଭୟଙ୍କର ନିଆଁରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ହସ୍ପିଟାଲର କୋଭିଡ୍ ୱାର୍ଡରେ ନିଆଁ ଲାଗିବା ଫଳରେ ୱାର୍ଡର ବେଡ୍, ମେଡିସିନ, ଔଷଧ ସାମଗ୍ରୀ ଆଦି ଜଳିପୋଡ଼ି ଛାରଖାର ହୋଇଯାଇଛି । ଖବରପାଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.