fbpx

ଆମ୍ବୁଲାନ୍ସକୁ ସାଇଡ୍ ନ ଦେବାରୁ ୧୦ ହଜାର ଫାଇନ୍ ଦେଲେ ଗାଡ଼ି ଚାଳକ: ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ପରିସ୍ଥିତି ଯାହା ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ସେଥିପାଇଁ ସରକାରଙ୍କ ତରଫରୁ ନିୟମିତ ଭାବେ ଟ୍ରାଫିକ କଟକଣା ଜାରି ହେବା ସହ ଚେକିଂ ମଧ୍ୟ କରାଯାଇଥାଏ । ତେବେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା କାରଣରୁ ଅନେକ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବା ସହ କାହାର ଅକାଳରେ ମୃତ୍ୟୁ ଘଟେ ତ ଆଉ କିଏ ଆହତ ହୋଇ ହସ୍ପିଟାଲରେ ପଡ଼େ ।

ତେବେ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ମାନିବା ଯେତିକି ଜରୁରୀ, ରାସ୍ତାରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ମଧ୍ୟ ସେତିକି ଜରୁରୀ । ଅନେକ ସମୟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଆମ୍ବୁଲାନ୍ସ ଫଶି ଯାଇଥାଏ । ଫଳରେ ଆମ୍ବୁଲାନ୍ସ ଭିତରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ମଣିଷଟି ଅକାଳରେ ମୃତ୍ୟୁବରଣ କରିଥାଏ । ଆମ୍ବୁଲାନ୍ସକୁ ସାଇଡ୍ ନ ଛାଡ଼ିବା କାରଣରୁ ସେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରିନଥାଏ । ଫଳସ୍ୱରୂପ ଏଭଳି ସ୍ଥିତିରେ ଜୀବିତ ଲୋକ ବି ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ବାଧ୍ୟ ହୋଇଥାଏ ।

ତେବେ ଏହା ମଧ୍ୟରେ ଆଜି ଏ ସମ୍ବନ୍ଧରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମ୍ବୁଲାନ୍ସକୁ ସାଇଡ୍ ନଦେବାରୁ ଜଣେ କାର ଚାଳକଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ କାର ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିବାରୁ ତାଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଥିବା ଜଣାପଡ଼ିଛି । ଭୋପାଳ ପୋଲିସ ଉକ୍ତ ଚାଳକଙ୍କ ଉପରେ ଜରିମାନା ଲାଗୁ କରିବା ସହିତ କାରକୁ ଜବତ କରିନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.