ଘର ମାଲିକ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ହତ୍ୟାକଲେ ଭଡ଼ାଟିଆ ମହିଳା

ଭଡ଼ାଟିଆ ମହିଳାଙ୍କୁ ଅତ୍ୟାଚାର କରୁଥିଲା ଘର ମାଲିକ ବୁଢ଼ା।

ବ୍ରହ୍ମପୁର:  ଭଡ଼ାଟିଆ ମହିଳାଙ୍କ ନାରକୀୟ କାଣ୍ଡ। କିରୋସିନି ଢ଼ାଳି ଘର ମାଲିକ ଦେହରେ ନିଆଁ ଲଗାଇଦେଲେ। ଆଉ ଛଟପଟ ହୋଇ ଚାଲିଗଲା ବୃଦ୍ଧ ଘର ମାଲିକଙ୍କ ଜୀବନ। ହଁ ଏହି ହତ୍ୟାକାଣ୍ଡଟି କୌଣସି ଅନ୍ୟ ରାଜ୍ୟରେ ନୁହେଁ ବରଂ ଆମ ଓଡ଼ିଶାର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ସୁବାଷ ନଗରରେ ଘଟିଛି।

ଆଉ ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହୁଥିଲେ ଜଣେ ମହିଳା।  ହେଲେ ମହିଳାଙ୍କୁ ବାହାରକୁ ଯିବାକୁ ଦେଉନଥିଲେ ଘର ମାଲିକ।

କାରଣ ଘର ମାଲିକଙ୍କ ସନ୍ଦେହ ଥିଲା ମହିଳାଜଣଙ୍କର ପରକ୍ରୀୟା ପ୍ରୀତି ଚାଲିଛି। ତେଣୁ ତାଙ୍କୁ ଘରୁ ବାହାରକୁ ଯିବାକୁ ଦେଉନଥିଲେ।  ଏପରିକି ମହିଳାଙ୍କୁ ରାଜ୍ୟ ବାହାରେ ଥିବା ନିଜ ଝିଅ ଘରକୁ ବି ଛାଡୁ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମହିଳା ନିଆଁ ଲଗାଇ ହତ୍ୟା କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ SCBରେ ଘର ମାଲିକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ପ୍ରେସମିଟରେ ଘଟଣା ଉପରୁ ପରଦା ଉଠାଇଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ।