ଆଳୁ ପରେ ଅଣ୍ଡା ଚିନ୍ତା, ବଢି ଚାଲିଛି ଦାମ୍! ଭୁବନେଶ୍ବରରେ ଦର…

ଭୁବନେଶ୍ବର: ଦରବୃଦ୍ଧିକୁ ନେଇ ଏକ ପ୍ରକାର ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଳୁ ଦର ପରେ ଏବେ ଅଣ୍ଡା ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଅଣ୍ଡା ଦର 9ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି ପାଉଥିବା ବେଳେ ଲୋକେ ବିକଳ୍ପ ଭାବେ ଏହାକୁ ବାଛିଥାନ୍ତି । କିନ୍ତୁ ଅଣ୍ଡାଦରରେ ମଧ୍ୟ ବୃଦ୍ଧି ପାଇଁ ଚିନ୍ତାରେ ରହିଛନ୍ତି ଖାଉଟି । ଅଣ୍ଡା ଉତ୍ପାଦନରେ ଓଡିଶାର ସ୍ଥାନ 10ମରେ ରହିଥିଲେ ହେଁ ଅଣ୍ଡାପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ 1 କୋଟି 20 ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । କିନ୍ତୁ ଭୁବନେଶ୍ବରକୁ କମ୍ ଯୋଗାଣ ହେଉଛି । ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବରକୁ ଅଣ୍ଡା ଆସୁଥିଲା । କିନ୍ତୁ ଏବେ ଖୋର୍ଦ୍ଧା, ବ୍ରହ୍ମପୁରରେ ରହିଥିବା ଫାର୍ମରୁ ଅଣ୍ଡା ଆସୁଛି ।  ତେବେ ଅଣ୍ଡାର ହୋଲସେଲ୍ ରେଟ୍ 6ଟଙ୍କା 42 ପଇସା ଧାର୍ଯ୍ୟ ହୋଇଛି । ଏହିକ୍ରମରେ ଅଣ୍ଡାଦର 7 ଟଙ୍କାରେ ବିକ୍ରି ହେବା କଥା । କିନ୍ତୁ ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଛନ୍ତି । ଅଧିକାଂଶ ସ୍ଥାନରେ ଅଣ୍ଡାର ଦାମ୍ 8ରୁ 9 ଟଙ୍କା ରହୁଛି । ଗୋଟିଏ ପଟେ ଆଳୁ, ତେଲ ଏବଂ ପିଆଜର ଦାମ୍ ବୃଦ୍ଧି ପାଉଥିବା ବେଳେ ଏଥିରେ ଅଣ୍ଡା ମଧ୍ୟ ସାମିଲ ହୋଇଛି । ସରକାର ପକ୍ଷରୁ ଅଣ୍ଡା ଯୋଗାଣ କ୍ଷେତ୍ରରେ କୌଣସି ପ୍ରକାର ସୁବିଧା ନଥିବା କାରଣରୁ ମନଇଛା ଅଣ୍ଡା ବିକ୍ରି ହେଉଛି ।