fbpx
BSKY SKY
BSKY SKY

ଚେନ୍ନାଇ ପାଇଁ ଚିନ୍ତା ବଢାଉଛି ଆହତ ସମସ୍ୟା: ଦୀପକ ଚହରଙ୍କ ପରେ ଦଳରୁ ବାଦ ପଡିପାରନ୍ତି ଏହି ବୋଲର

BSKY

ମୁମ୍ବାଇ: ଚଳିତ ସିଜନରେ ସଂଘର୍ଷ କରିବାରେ ଲାଗିଛି ଲିଗର ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ । ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ପରାଜୟର ସାମନା କରିଛି ଦଳ । ଫଳରେ ମାତ୍ର ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସି ଆସିଛି ସିଏସକେ । ସେପଟେ ଦଳର ଏହି ଶୋଚନୀୟ ପରିସ୍ଥିତିକୁ ଗ୍ରହଣ କରି ପାରିନାହାନ୍ତି ପ୍ରଶଂସକ । ପରାଜୟର କାରଣ ଖୋଜିବାରେ ଲାଗିଛନ୍ତି । ତେବେ ଦଳର ଏମିତି ଏକ ସ୍ଥିତି ପାଇଁ ମୁଖ୍ୟ କାରଣ ପାଲଟିଛି ଆହତ ସମସ୍ୟା । ମେଗା ଅକ୍ସନରୁ ହିଁ ଦଳରେ ଆହତ ସମସ୍ୟା ଲାଗି ରହିଛି ।

IPL 2022 auction - Deepak Chahar 'couldn't imagine' playing for any IPL  franchise apart from CSK

ପ୍ରଥମେ ଦଳର ଷ୍ଟାର ବୋଲର ଦୀପକ ଚହର ଆହତ ହୋଇ ସିଜନର କିଛି ମ୍ୟାଚରୁ ବାଦ ପଡିଥିଲେ । ଏହାପରେ ପ୍ରଥମ ମ୍ୟାଚରେ ତାଙ୍କ ସ୍ଥାନ ପୂରଣ କରିଥିବା ଆଡାମ ମିଲନେ ମଧ୍ୟ ଆହତ ହୋଇଥିଲେ । ଦଳ ଉଭୟଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଦୀପକ ଚହରଙ୍କ ଆଉ ଏକ ଆଘାତ ଦଳକର ମନୋବଳକୁ ଦୋହଲାଇ ଦେଇଛି । ଶେଷରେ ଦଳରୁ ବାଦ ପଡିଛନ୍ତି ଦୀପକ ଚହର । ଏତିକିରେ ସରିନି ଏବେ ଆଡାମ ମିଲନେଙ୍କ ପରବର୍ତ୍ତୀ ମ୍ୟାଚ ଖେଳିବା ନେଇ ପ୍ରଶ୍ନ ଉଠିଲାଣି । ପ୍ରଥମ ମ୍ୟାଚରେ ଲାଗିଥିବା ଆଘାତ ସମସ୍ୟାରୁ ଏଯାବତ ବାହାରି ପାରିନାହାନ୍ତି ମିଲନେ । ତେଣୁ ସେ ମଧ୍ୟ ଦଳରୁ ବାଦ ପଡିପାରନ୍ତି ବୋଲି କୁହାଯାଉଛି । ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୨ ସପ୍ତାହ କିମ୍ବା ଏହାଠାରୁ ଅଧିକ ସମୟ ଲାଗିପାରେ ବୋଲି ସୂଚନା ମିଳିଛି ।

Chris Jordan and Adam Milne also injured as CSK runs into more trouble in

ତେବେ ଚେନ୍ନାଇ ଏବେ ଦୀପକ ଚହରଙ୍କ ରିପ୍ଲେସମେଣ୍ଟ ଖୋଜୁଥିବା ବେଳେ ଆଗକୁ ଆଡାମ ମିଲନେଙ୍କ ସ୍ଥାନରେ ଆଉ ଜଣେ ବୋଲରଙ୍କୁ ଦଳରେ ସାମିଲ କରାଇପାରେ । ଚଳତ ସିଜନରେ ୬ଟି ମ୍ୟାଚ ଖେଳି ୫ଟିରେ ପରାଜୟର ସାମନା କରିଛି ଚେନ୍ନାଇ । ତେବେ ଗୋଟିଏ ବିଜୟ ହାସଲ କରିଥିଲେ ବି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ।

Get real time updates directly on you device, subscribe now.