fbpx

ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପାଇଁ କାଲିଠୁ ମିଳିବ ଆଡମିଟ କାର୍ଡ

ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଆଡମିଟ କାର୍ଡ ମିଳିବ । ଆସନ୍ତା କାଲି ପୁର୍ବାହ୍ନ ୧୦ଟାରୁ ପିଲାମାମନେ ଆଡମିଟ କାର୍ଡ ପାଇପାରିବେ । www.bseodisha.ac.in. ୱେବସାଇଟରେ ଏହା ଉପଲବ୍ଧ ହେବ । ସ୍କୁଲ୍ କୋଡ ଏବଂ ପାସୱାର୍ଡ ଦେଇ ସ୍କୁଲ୍ କର୍ତ୍ତୁପକ୍ଷ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଏପ୍ରିଲ ୨୯ରୁ ଏହି ପରୀକ୍ଷା ଅ।।ରମ୍ଭ ହୋଇ ମେ ୬ ପର୍ଯ୍ୟନ୍ତ ଆଫଲାଇନ ଚାଲିବ । ଦ୍ୱିତୀୟ ସମେଟିଭ ପରୀକ୍ଷା ପାଇଁ ମାର୍ଚ୍ଚ ୧୨ରେ ଅନଲାଇନ୍ ଫର୍ମ ଫିଲଅପ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିଥିଲା ।

ଏଥି ସହିତ ମାଧ୍ୟମା ଓ ଏସଓଏସସି-୨୦୨୨ ପାଇଁ ମଧ୍ୟ ଆଡମିଟ କାର୍ଡ ମିଳିବ । ଏହା ମଧ୍ୟ ଅସନ୍ତାକାଲି ୧୦ଟା ପରେ ଉପଲବ୍ଧ ହେବ । ତେବେ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିବା ପରେ ସେଥିରେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଦସ୍ତଖତ କରଇନେବେ ।

Get real time updates directly on you device, subscribe now.