fbpx

୪ ଦିନିଆ ରିମାଣ୍ଡରେ ଗଲେ ଦୁଇ କୋକେନ ଅଭିଯୁକ୍ତ: ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ବିସ୍ତାର କରିବା ଅଭିଯୋଗରେ ହୋଇଥିଲେ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ବିଶ୍ୱକପ୍ ପୂର୍ବରୁ ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ତିଆରି ପାଇଁ ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗତ ଏପ୍ରିଲ ୧୫ ତାରିଖ ଶୁକ୍ରବାର ଗିରଫ କରିଥିଲା ଏସଟିଏଫ୍ । ଗିରଫ କରିବା ପରେ ତାଙ୍କ ପାଖରୁ ବାହାରିଥିଲା ଆହୁରି ତଥ୍ୟ । କେମିତି ଏହି କଳା ସାମ୍ରାଜ୍ୟକୁ ବଢ଼ାଇବାକୁ ଚାଲିଥିଲା ପ୍ରୟାସ ।

ଦିଲ୍ଲୀର ତୁର୍କମାନ ଗେଟରୁ ଏହି କୋକେନ ଆଣିଥିଲା ରବି, ଆଉ ସନ୍ନିର ସହଯୋଗରେ ଏହାକୁ ବିକିବାକୁ ହୋଇଥିଲା ପ୍ରୟାସ । ଭୁବନେଶ୍ୱରର ସାଲିଆ ସାହି ଅଞ୍ଚଳକୁ ସୁରକ୍ଷିତ ଭାବି ସେଠାରୁ ହିଁ ଏହି କୋକେନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କର ଏହି ପ୍ଲାନକୁ ପାଣିରେ ପକାଇଦେଇଥିଲା ଏସଟିଫ ଦୁହିଁଙ୍କୁ ଗିରଫ କରିଥିଲା ଏସଟିଏଫ୍ ।

ତେବେ ସୋମବାର ୪ ଦିନିଆ ରିମାଣ୍ଡରେ ଏହି ଦୁଇ କୋକେନ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରିମାଣ୍ଡରେ ଆହୁରି ତଥ୍ୟ ସହ ଦିଲ୍ଲୀର ବିଗବସ୍ ଓ ୨୦୨୩ ହକି ବିଶ୍ୱକପ୍ ଲିଙ୍କର ହେବ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.