fbpx

ବାବା ସିଦ୍ଧିକିଙ୍କ ଇଫତାର ପାର୍ଟି: ଯୋଗଦେଲେ ବଲିଉଡର ବହୁ କଳାକାର

ଇଫତାର ପାର୍ଟିରେ ବଲିଉଡ ତାରକାଙ୍କ ମେଳ । ମୁମ୍ବାଇରେ ବାବା ସିଦ୍ଦିକିଙ୍କ ତରଫରୁ ହୋଇଥାଏ ପ୍ରତିବର୍ଷ ଇଫତାର ପାର୍ଟି । ଯାହାକି ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଅନେକ ସେଲିବ୍ରେଟି ପ୍ରତି ବର୍ଷ ବାବା ସିଦ୍ଦିକିଙ୍କ ଏହି ପାର୍ଟିରେ ସାମିଲ ହୋଇଥାନ୍ତି ।

ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଛି ଇଫତାର ପାର୍ଟି । ଆଉ ଏହି ପାର୍ଟିର ତାରକା ମାନଙ୍କ ଲିଷ୍ଟରେ ସବୁଠୁ ଆଗରେ ରହିଛନ୍ତି । ବଲିଉଡର ଭାଇଜାନ ସଲମାନ ଖାନଙ୍କ ସହ, ବାଦଶାହ ଶାସରୁଖ ଖାନ । କହିବାକୁ ଗଲେ ଏମିତି ଗୋଟିଏ ଦିନ ଥିଲା ଯେବେ ଅଭିନେତା ଶାହରୁଖ ଏବଂ ସଲମାନଙ୍କ ସଂପର୍କରେ ଫାଟ ପଡିଥିଲା । ଆଉ ଏହି ବାବା ସିଦ୍ଦିକି ଏବଂ ତାଙ୍କର ଏହି ଇଫତାର ପାର୍ଟି ପାଇଁ ସେହି ଦୁଇ ଷ୍ଟାରଙ୍କ ଭିତରେ ଥିବା ମନମାଳିନ୍ୟ ଦୂର ହୋଇଥିଲା ।

କେବଳ ଏତିକି ନୁହେଁ ବର୍ତ୍ତମାନ ତ କହିବାକୁ ଗଲେ ଛୋଟ ପରଦାର ଷ୍ଟାର ମାନଙ୍କୁ ମଧ୍ୟ ଏହି ପାର୍ଟିରେ ଦେଖିବାକୁ ପାଇବେ । ଶାହରୁଖ ଖାନ ଏଥର ପାର୍ଟିରେ କଳା ରଙ୍ଗର କୁରତାରେ ନଜର ଆସିଥିଲେ । ଯିଏକି ଖୁବ୍ ଖୁସିରେ ସମସ୍ତଙ୍କ ସହ ପାର୍ଟି ଉପଭୋଗ କରୁଥିଲେ ।

ଛୋଟ ପରଦାର ଷ୍ଟାର ମାନଙ୍କ ଭିତରେ ଥିଲେ ହିନା ଖାନ । ଖୁବ ସୁନ୍ଦର ସରାରା ପିନ୍ଧି ଷ୍ଟାଇଲିଷ୍ଟ ଅନ୍ଦାଜରେ ନଜର ଆସିଥିଲେ ହିନା । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ରାଜ କୁନ୍ଦ୍ରାଙ୍କ ସହ ପହଂଚିଥିଲେ । ଏହା ସହିତ, ହାସ୍ୟ କଳାକାର କ୍ରିଷ୍ଣା ନିଜ ଭଉଣୀ, ଗଲର୍ଫେଣ୍ଡ ଏବଂ ନିଜ ଦୁଇ ଛୁଆଙ୍କ ସହିତ ଆସିଥିଲେ, ଅନ୍ୟପଟେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ତାଙ୍କର ସ୍ୱାମୀ ଅଭିନେତା ଆୟୁଷ ଶର୍ମା ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ । ଦେଖିବାକୁ ଗଲେ ଏକ ପ୍ରକାରର ତାରକା ମାନଙ୍କର ମେଳା ଲାଗିଥିଲା ଏହି ଇଫତାର ପାର୍ଟିରେ । ଯେଉଁ ପାର୍ଟିକୁି ବି ଟାଉନ ର ସବୁଠାରୁ ବଡ଼ ଇଫତାର ପାର୍ଟି କହିଲେ କିଛି ଭୁଲ ହେବନି ।

Get real time updates directly on you device, subscribe now.