fbpx

ନଦିଆରେ ପୁଣି ଦୁଷ୍କର୍ମ ପରେ ହତ୍ୟା: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ପୁଣି ଘଟିଯାଇଛି ଆଉ ଏକ ଛାତିଥରା ଘଟଣା । ସମ୍ପର୍କୀୟଙ୍କ ଘରୁ ଜଣେ ନାବାଳିକାଙ୍କ ମୃତଦେହ ଠାବ କରାଯାଇଛି । ତେବେ ଝିଅ ସହିତ ବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ତେବେ ପ୍ରକୃତ ଘଟଣା ଜଣା ପଡି ନଥିବା ବେଳେ ପୋଲିସ ମାମଲାର ତଦନ୍ତ ଚଳାଇଛି ।

ଅଭିଯୋଗ ଅନୁସାରେ, ୧୫ ବର୍ଷୀୟ ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ଗରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ସହ ବଳାତ୍କାର କରାଯାଇ ପରେ ତାଙ୍କୁ ହତ୍ୟା କରାଯାଇଛି । ମୃତ ଝିଅର ଶବ ଝୁଲନ୍ତା ଅବସ୍ଥାରେ ସମ୍ପର୍କୀୟଙ୍କ ଗରୁ ଉଦ୍ଧାର କରିଛି ପୋଲିସ । ତେବେ ଘଟଣା ସମ୍ପର୍କରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ମଧ୍ୟରୁ ପ୍ରକୃତ ଦୋଷୀକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ ।

ବାପାଙ୍କ ଅଭିଯୋଗ ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । କିନ୍ତୁ ଏଥିରେ ସେ ଅସନ୍ତୁଷ୍ଟ ଜାହିର କରି ପୁଣିଥରେ ଟେଷ୍ଟ କରିବା ପାଇଁ ଅନୂରୋଧ କରିଛନ୍ତି ମୃତକଙ୍କ ବାପା । ତେବେ ଦ୍ୱିତୀୟ ଥର ପାଇଁ ପୋଷ୍ଟମର୍ଟମ ପାଇଁ ଅନୁମତି ମିଳି ସାରିଥିବା ବେଳେ ଏହାର ରିପୋର୍ଟ ପ୍ରକୃତ ଦୋଷୀକୁ ସାମନାକୁ ଆଣିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.