fbpx

କୋଇଲା ଅଭାବ୍; ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ

କୋଇଲା ଅଭାବରୁ ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ । ବୈଦେଶିକ ମୁଦ୍ରା ଅଭାବରୁ ବିଦେଶରୁ କୋଇଲା ଏବଂ ତୈଳ କିଣିବାକୁ ଅସମର୍ଥ ହେବା ଆଶଙ୍କା କରି ଏଭଳି ପଦକ୍ଷେପ ଉଠାଇଛି । ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ବିଶ୍ୱ ତୈଳ ବଜାରରେ ଅଶୋଧିତ ତେଳ÷ ଏବଂ ଗ୍ୟାସ୍ ମୂଲ୍ୟରେ ବୃଦ୍ଧି ପରେ ପାକିସ୍ତାନ ଚଢା ଦରରେ ତୈଳ କିଣିବାକୁ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି।

ଚଳିତ ବର୍ଷ ଫେବୃଆରୀ ଶେଷ ସୁଦ୍ଧ ଗତ ନଅ ମାସରେ ପାକିସ୍ତାନରେ ଶକ୍ତି ମୁଲ୍ୟ ଦ୍ୱଗୁଣିତ ହୋଇ ୧୫ ବିଲିୟନ ଡଲାରରେ ପହଁଞ୍ଚିଛି । ଏଭଳି ସ୍ଥିତିରେ ପାକିସ୍ତାନ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବା ସ୍ଥିତିରେ ନାହିଁ । ଶାହାବାଜ ସରକାରରେ ନୂତନ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିବା ମିଫ୍ତା ଇସମାଇଲ କହିଛନ୍ତି ଯେ ଦେଶରେ ଇନ୍ଧନ ଅଭାବରୁ ୩ ହଜାର ୫୦୦ ମେଗାୱାଟ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଛି ।

ସେହିପରି ସମାନ ପରିମାଣର ଶକ୍ତି ଯୋଗାଣ ବୈଷୟିକ ତ୍ରୁଟି ଯୋଗୁ ବନ୍ଦ ରହିଛି । କ୍ଷମତାକୁ ଆସୁଆସୁ ଦେଶରେ ବିଦ୍ୟୁତ୍ ସମସ୍ୟା ଶାହାବାଜ ସରିଫଙ୍କ ମୂଣ୍ଡ ବିନ୍ଧାର କାରଣ ହେଲାଣି । ଅପେକ୍ଷା କୃତ ଗରିବ ଦେଶ ପାକିସ୍ତାନ ଆମଦାନୀ ଦ୍ୱାରା ଏହାର ଶକ୍ତି କ୍ଷେତ୍ରକୁ ସମ୍ଭାଳିଥାଏ । ତେଣୁ ବର୍ତ୍ତମାନ ତୈଳର ବର୍ଦ୍ଦିତ ଦର ପାକିସ୍ତାନ ଭଳି ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ପାକିସ୍ତାନକୁ ଏଲଏନଜି ଯୋଗାଉଥିବା ଦେଶ କମ୍ପାନୀ ଗୁଡ଼ିକ ବିଭିନ୍ନ ଚୁକ୍ତିକୁ ବାତିଲ କରିବା ସହିତ ଯୋଗାଣ ମଧ୍ୟ କମାଇ ଦେଇଛନ୍ତି । ଏଭଳି ସ୍ଥୀତିରେ ପାକିସ୍ତାନ ଏହାର ଭରଣା କରିବା ପାଇଁ ଏକ ନୂଆ ଟେଣ୍ଡର ଡାକିଛି, କିନ୍ତୁି ଏଥି ପାଇଁ ପାଖାପାଖି ୧୦୦ ମିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.