fbpx

ଡେରୀ ଫାର୍ମ ଖୋଲିବାକୁ ଚାହୁଛନ୍ତି କି? ଏହି ଯୋଜନାର ନେଇପାରିବେ ଫାଇଦା, ୨୫% ରହିଛି ସବସିଡି

ଗାଁରେ କୃଷକମାନେ ଚାଷକାର୍ଯ୍ୟ ବ୍ୟତୀତ ପଶୁପାଳନକୁ ମଧ୍ୟ ଏକ ସୁବିଧାଜନକ ବିକଳ୍ପ ଭାବରେ ସାମ୍ନାକୁ ଆସିଛି । ନିକଟରେ ଦେଖାଯାଇଛି ପଶୁପାଳନକୁ ଆପଣାଇଥିବା କୃଷକଙ୍କ ସଂଖ୍ୟା ବଢ଼ିଛି । କୃଷକଙ୍କ ପାଇଁ ପଶୁପାଳନ ସବୁବେଳେ ଏକ ଭଲ ବିକଳ୍ପ ଭାବରେ ରହିଆସିଛି, ହେଲେ ସଚେତନତା ଅଭାବରୁ ଏହି ବ୍ୟବସାୟରୁ ଭଲ ଲାଭ ପାଇପାରୁନାହାଁନ୍ତି ଚାଷୀ । କିନ୍ତୁ ସରକାର ପଶୁପାଳନ ତଥା ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଯାହା ମାଧ୍ୟମରେ ପଶୁପାଳନରୁ ଭଲ ଲାଭ ପାଇପାରିବେ ।

ଗ୍ରାମୀଣ ଅଞ୍ଚଳରେ ଡେରୀ ଫାର୍ମିଂ ବ୍ୟବସାୟକୁ ବୃଦ୍ଧି କରିବା ଏବଂ ଏଥିରେ ସ୍ୱରୋଜଗାରର ଅବସର ସୃଷ୍ଟି କରିବା ପାଇଁ ପଶୁପାଳନ ଡେରୀ ଏବଂ ମତ୍ସ୍ୟ ପାଳନ ବିଭାଗ ୨୦୦୫-୦୬ ରେ ନାବାର୍ଡ ଅନୁଯାୟୀ ‘ଡେରୀ ଏବଂ ପୋଲ୍ଟ୍ରି ପାଇଁ ଉଦ୍ୟମ ପୁଞ୍ଜି ଯୋଜନା’ ନାମକ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ପରେ ୨୦୧୦ରେ ଏହାର ନାମ ‘ଡେରୀ ଉଦ୍ୟମିତା ବିକାଶ ଯୋଜନା’ କରାଯାଇଥିଲା ।

ଏହି ଯୋଜନାର ଉଦ୍ଦେଶ୍ୟ:

–              ସ୍ୱଚ୍ଛ କ୍ଷୀର ଉତ୍ପାଦନ ପାଇଁ ଆଧୁନିକ ଡେରୀ ଫାର୍ମକୁ ଉତ୍ସାହିତ କରିବା

–              ଗୋପାଳନକୁ ପ୍ରୋତ୍ସାହନ ଦେବା

–              ଅସଂଗଠିତ କ୍ଷେତ୍ରରେ ଗଠନମୂଳକ ପରିବର୍ତ୍ତନ ଆଣିବା, ଫଳରେ କ୍ଷୀରର ପ୍ରାରମ୍ଭିକ ପ୍ରକ୍ରିୟାକରଣ ଗାଁରେ ହିଁ ହୋଇପାରିବ

–              ମୁଖ୍ୟ ଭାବରେ ଅସଂଗଠିତ କ୍ଷେତ୍ରରେ ସ୍ୱରୋଜଗାର ଉତ୍ପନ୍ନ କରିବା ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ଭଳି ଏହାର ଉଦ୍ଦେଶ୍ୟ ରହିଛି ।

ନାବାର୍ଡର ଏହି ଯୋଜନା ଚାଷୀ, ବ୍ୟକ୍ତିଗତ ଉଦ୍ୟୋଗୀ, ଅଣ ସରକାରୀ ସଂଗଠନ, କମ୍ପାନୀ ଆବେଦନ କରିପାରିବେ । ଏହାବ୍ୟତୀତ ଡେରୀ ସହକାରୀ ସମିତି, ଦୁଗ୍ଧ ସଂଘ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ।

ଯୋଜନା ଅନୁଯାୟୀ ଗୋଟିଏ ପରିବାର ଏକ ରୁ ଅଧିକ ସଦସ୍ୟ ଆବେଦନ କରିପାରିବେ କିନ୍ତୁ ସେମାନଙ୍କୁ ଅଲଗା ଅଲଗା ସ୍ଥାନରେ ଡେରୀ ଫାର୍ମ ଅଲଗା କରିବାକୁ ପଡ଼ିବ । ସର୍ବନିମ୍ନ ୫୦୦ ମିଟରେ ଦୂରରେ ଡେରୀ ଫାର୍ମ କରିବାକୁ ପଡ଼ିବ । ନାବାର୍ଡ ଦ୍ୱାରା ଏହି ଯୋଜନାରେ ୨୫ ପ୍ରତିଶତ(ଏସସି/ଏସଟିଙ୍କ ପାଇଁ ୩୩.୩୩ ପ୍ରତିଶତ) ସବସିଡି ଦିଆଯାଉଛି । ତେବେ ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ପଶୁପାଳକ ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ନାବାର୍ଡର ଅଫିସିଆଲ ୱେବସାଇଟ ଦେଖିପାରିବେ ।

Get real time updates directly on you device, subscribe now.