fbpx

ଦଙ୍ଗାକାରୀଙ୍କ ବିରୋଧରେ ଉଦାହରଣ ସୃଷ୍ଟି ହେଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର -ଅମିତ ଶାହା

ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ସାମିଲ ଅଭିଯୁକ୍ତ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହିପରି ଘଟଣା ଯେପରି ଦ୍ୱିତୀୟ ଥର ନହୁଏ । ଗୃହମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି ଯେ ଦଙ୍ଗାକାରୀଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍ ଯାହା ଉଦାହରଣ ସୃଷ୍ଟି କରିବ ।

ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରିଛନ୍ତି । କୁହାଯାଉଛି ଯେ ଏହି ମାମଲାକୁ ଗୃହମନ୍ତ୍ରୀ ବହୁତ୍ ଗମ୍ଭିରତାର ସହିତ ନଜର ରକିଛନ୍ତି ।

ଅମିତ ଶାହା କହିଥିଲେ ଯେ ଏହି ଘଟଣାରେ ମନ୍ତଳାୟ ଯାଞ୍ଚ ସହିତ ଯୋଡ଼ି ହୋଇଥିବା ସମସ୍ତ ଖବର ଉପରେ ଧ୍ୟାନ ରଖିବ । ଅନ୍ୟପଟେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଘଟଣାର ସମସ୍ତ ତଥ୍ୟ ମନ୍ତ୍ରଳାୟକୁ ଦିଆଯାଇଛି ।
ଏହି ଘଟଣାରେ ଜଡ଼ିତ ୨୩ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିସାରିଲାଣି । ଏଥିରେ ଦୁଇ ସମ୍ପ୍ରଦାୟର ଲୋକେ ସାମିଲ ଥିବା ସୂଚନା ମିଳିଛି । ଏହି ଘଟଣାରେ ଦିଲ୍ଲୀ କ୍ରଅଇମ ବ୍ରଅଞ୍ଚର ପ୍ରଅୟ ୧୪ ଟି ଟିମ୍ ଯାଞ୍ଚ କରୁଛି ।

Get real time updates directly on you device, subscribe now.