fbpx

ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଖଟା ଫଳ: ନିୟମିତ ଡାଏଟରେ ସାମିଲ କଲେ ମିଳିବ ଏହି ଫାଇଦା

ଦିଲ୍ଲୀ: ସାଧାରଣତଃ ଲୋକମାନେ ମିଠା ଏବଂ ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଅନେକ କିଛି ଫଳ ଅଛି ଯାହା ପାଟିକୁ ଖଟା ଲାଗିଥିଲେ ବି ଖାଇବାକୁ ଭଲ ଲାଗେ ଏବଂ ସ୍ୱସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବି ହୋଇଥାଏ । ଏଭଳି ଫଳ ଖାଇଲେ ମଣିଷ ସବୁବେଳେ ସତେଜ ଏବଂ ସୁସ୍ଥ ରହିଥାଏ । ତେବେଅସ୍ନ୍ୁ ଜାଣିବା ସେହିଭଳି କିଛି ଫଳ ବିଷୟରେ ।

ଚେରି: ଖଟା-ମିଠା ସ୍ୱାଦର ମିଶ୍ରଣ ପାଇଁ ଚେରି ଖାଇବା ପାଇଁ କୁବ ପସନ୍ଦ କରିଥାନ୍ତି ଲୋକେ । ମଣିଷ ଶରୀରକୁ ଏହା ଅନେକ ପ୍ରକାରର ପେଷ୍କ ତତ୍ତ୍ୱ ଦେଇଥାଏ । ଏଥିରେ ଥିବା ଭିଟାମିନ ସି ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏବଂ ସୁସ୍ଥ ଚର୍ମକୁ ବଜାୟ ରଖିଥାଏ । ଏହାର ପୋଟାସିୟମ ମାଂସପେଶୀ ଏବଂ ରକ୍ତପ୍ରବାହ ପାଇଁ ଭଲ ହୋଇଥିବା ବେଳେ ଆଣ୍ଟି –ଇନଫ୍ଲାମେଟୋରୀ ଶରୀର ପାଇଁ ବେଶ ଲାଭଦାୟକ ।

ଅଙ୍ଗୁର: ଖଟା ଜାତୀୟ ଫଳ ତାଲିକାରେ ଅଙ୍ଗୁର ମଧ୍ୟ ସାମିଲ ହୋଇ ପାରିବ । ଖଟା ହେଲେ ବି ଅଙ୍ଗୁର ଶରୀର ପ୍ରତି ବେଶ ଉତ୍ତମ ଅଟେ । ଅଙ୍ଗୁର କ୍ୟାଲୋରୀରେ କମ ହୋଇଥାଏ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କୁବ ଲାଭଦାୟକ ହୋଇଥାଏ । ଏହାର ଭିଟାମିନ ସି ଅନେକ ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ।

ଲିଚି: ସ୍ୱସ୍ଥ୍ୟ ପାଇଁ ଲିଚି ମଧ୍ୟ ଏକ ଲାଭଦାୟକ ଫଳ । ତେବେ ଏହାର ସ୍ୱାଦ ସାମାନ୍ୟ ଖଟାଳିଆ ହୋଇଥାଏ । ଲିଚିରୁ ପ୍ରାୟତଃ ୭ ମିଲିଗ୍ରାମ ଭିଟାମିନ ସି ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ଏହାର ଓମେଗା ଫ୍ୟାଟି ଏସିଡ ହୃଦୟ ପାଇଁ ଏକ ଆବଶ୍ୟକୀୟ ବୋଲି କୁହାଯାଏ । କର୍କଟ ଏବଂ ମଧୁମେହ ଭଳି ଅନେକ ରୋଗ ସହ ଲଢିବା ପାଇଁ ଶକ୍ତି ଯୋଗାଇଥାଏ ଲିଚି ।

Get real time updates directly on you device, subscribe now.