fbpx

ଦ୍ୱିତୀୟ ଇନିଂସରେ ଟ୍ୱିଷ୍ଟ ଶୋ’: ଚହଲଙ୍କ ଫିରକି ଆଗରେ ଚିତପଟାଙ୍ଗ ହେଲା କୋଲକାତା

ମୁମ୍ବାଇ: ଟସ ହାରିବା ପରେ କେକେଆର ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ । ଦଳର ଷ୍ୟାର ବୋଲର ୟୁଜବେନ୍ଦ୍ର ଚହଲଙ୍କ ଫିରକି ଆଗରେ କୋଲକାତାର ସମସ୍ତ ବ୍ୟାଟ୍ସମ୍ୟାନ ଚିତପଟାଙ୍ଗ ମାରିଛନ୍ତି । ୧୮ତମ ଓଭରରେ ହ୍ୟାଟ୍ରିକ ସହ ୫ଟି ୱିକେଟ ଅକ୍ତିଆର କରି ଦଳକୁ ବିଜୟର ଭେଟି ଦେଇଛନ୍ତି ଚହଲ ।

IPL 2022: Jos Buttler, spinners shine as Rajasthan Royals beat Mumbai Indians - Jammu Kashmir Latest News | Tourism | Breaking News J&K

୨୧୮ ରନର ଏକ ବଡ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା କୋଲକାତାକୁ ପାଳିର ପ୍ରଥମ ବଲରେ ହିଁ ଲାଗିଥିଲା ଝଟକା । ନିଜର ୧୫୦ ତମ ମ୍ୟାଚ ଖେଳୁଥିବା ସୁନିଲ ନାରିନଙ୍କୁ ଡାଇମଣ୍ଡ ଡକ୍ ର ଶିକାର ହୋଇ ପାଭିଲିୟନ ଫେରିବାକୁ ପଡିଥିଲା । କିନ୍ତୁ ଏହାପରେ ମ୍ୟାଚକୁ ସମ୍ଭାଳିଥିଲେ ଶ୍ରେୟସ ଆୟର ଏବଂ ଆରୋନ ଫିଞ୍ଚ । ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରି ବିଜୟ ଲକ୍ଷ୍ୟକୁ ସହଜ କରିଦେଇଥିଲେ । ୨୮ ବଲରୁ ୨ ଛକା ଏବଂ ୯ ଚୌକା ସହ ୫୮ ରନର ଜବରଦସ୍ତ ପାଳି ଖେଳି ଦଳକୁ ସୁନ୍ଦର ଆରମ୍ଭ ଦେଇଥିଲେ ଆରୋନ ଫିଞ୍ଚ । ସେପଟେ ଶ୍ରେୟସ ଆୟର ମଧ୍ୟ ବିଜୟ ଆଡକୁ ଅଗ୍ରସର ହେଉଥିଲେ । ତେବେ ତାଙ୍କର ୫୦ ବଲରେ ୮୫ ରନର ଇନିଂସ ଦଳକୁ ବିଜୟର ଖୁବ ନିକଟରେ ପହଞ୍ଚାଇ ଦେଇଥିଲା । ନିତିଶ ରାଣା, ଆନ୍ଦ୍ରେ ରସେଲ ଏବଂ ଭେଙ୍କଟେଶ ଆୟର ଫେଲ ମାରିଥିଲେ ବି ଶ୍ରେୟସ ଖେଳରେ ଆଗେଇ ଚାଲିଥିଲେ । କିନ୍ତୁ ଏତିକି ବେଳେ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲେ ୟୁଜବେନ୍ଦ୍ର ଚହଲ । ୧୮ତମ ଓଭରରେ ଶ୍ରେୟସ, ଶିବମ ମାବି ଏବଂ ପ୍ୟାଟ କମିନ୍ସଙ୍କ ଭାବରେ ହ୍ୟାଟ୍ରିକ ୱିକେଟ ନେଇ ଦଳକୁ କମବ୍ୟାକ କରାଇଥିଲେ । ରାଜସ୍ଥାନ ବିଜୟ ଲାଭ କରିବ ଆଶା ଟିକିଏ ବଢିବା ବେଳେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଉମେଶ ଯାଦବ । ଶେଷ ଓଭରରେ ଦଳକୁ ୧୧ ରନର ଆବଶ୍ୟକତା ଥିବା ବେଳେ ଦ୍ୱିତୀୟ ବଲରେ ଶେଲଡନ ଜ୍ୟାକସନ ଏବଂ ଚତୁର୍ଥ ବଲରେ ଉମେଶ ଯାଦବଙ୍କୁ ଆଉଟ କରି ଦଳ ପାଇଁ ବିଜୟ ଛଡାଇ ଆଣିଛନ୍ତି ଦେଇଥିଲେ ଓବେଡ ମକାୟ । ଜୋସ ବଟଲରଙ୍କ ଶତକ, ଚହଲଙ୍କ ଫାଇଫର ଏବଂ ଓବେଡ ମକାୟଙ୍କ ଏହି ଓଭର ଫଳରେ ଏହି ମ୍ୟାଚକୁ ୭ ରନରେ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ ।

He was very drunk": Yuzi Chahal narrates a narrow escape anecdote after RCB vs MI IPL 2013 match - The SportsRush
ରାଜସ୍ଥାନ ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ୟୁଜବେନ୍ଦ୍ର ଚହଲ । ୪ ଓଭରରେ ୪୦ ରନ ବ୍ୟୟରେ ହ୍ୟାଟ୍ରିକ ୱିକେଟ ସହ ଚହଲ ମୋଟ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ତାଙ୍କର ଏହି ସ୍ପେଲ ଦଳ ପାଇଁ ବିଶେଷ ଲାଭଦାୟକ ହୋଇ ପାରିନାହିଁ । ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱୀନ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ଅକ୍ତିଆର କରିଥିବା ବେଳେ ଓବେଡ ମକାୟ । ତେବେ ଟ୍ରେଣ୍ଟ ବୋଲ୍ଟ ଏହି ମ୍ୟାଚରେ ୱିକେଟଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.