fbpx

ଆଗକୁ ଗ୍ରୀଷ୍ମ ଜ୍ବାଳାରେ ସନ୍ତୁଳି ହେବେ ରାଜ୍ୟବାସୀ, ଆହୁରି ୪ରୁ ୫ ଦିନ ଯାଏଁ କଲବଲ କରିବା ପ୍ରଚଣ୍ଡ ତାତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହରୁ କଲବଲ କରିବା ଖରା। ପାଣିପାଗ ବିଭାଗ ଆକଳନ ଅନୁଯାଇ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜାରି ରହିବ। ଅସହ୍ୟ ତାତିରେ ଜଳିବ ଓଡିଶା। ଗ୍ରୀଷ୍ମ ଜ୍ବାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ। ଭୀଷଣ ତାତି ପ୍ରଭାବରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ କାର୍ଯ୍ୟନଥିଲେ ଘରୁ ବାହାରକୁ ବାହିବାକୁ ବାରଣ କରାଯାଇଛି। ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଯାଇଛି।

ଏଭଳି ସ୍ଥିତିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନି ସିଟିର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ଭୁବନେଶ୍ୱରରେ ୪୦.୨ ଓ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ଦିନ ରାଜ୍ୟର ମୋଟ ୨୧ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀରରେ ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ସମେତ ସୁନ୍ଦରଗଡ ଓ ଢେଙ୍କାନାଳରେ ୪୨, ଝାରସୁଗୁଡାରେ ୪୧.୮, କେନ୍ଦୁଝରଗଡ଼ରେ ୪୧, ସମ୍ବଲପୁରରେ ୪୧.୩, ସୋନପୁରରେ ୪୧.୬, ନୟାଗଡରେ ୪୦.୫, କେନ୍ଦ୍ରାପଡାରେ ୪୦.୫, ଭଦ୍ରକ ସମେତ ଦେବଗଡ, ନୂଆପଡା ଓ ଯାଜପୁରରେ ୪୦, ବାରିଦାରେ ୪୨, ଟିଟିଲାଗଡରେ ୪୧.୭, ଭବାନୀପାଟଣାରେ ୪୧ ଓ ହୀରାକୁଦରେ ୪୦.୭ ଡିଗ୍ରୀ ତାପମାତ୍ରା ରହିଥିଲା ।

Get real time updates directly on you device, subscribe now.