fbpx
BSKY
BJD MS SKY
BJD YOUTH SKY

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୧୦ ଦଫା ଦାବି ପୂରଣ ନହେବା ଯାଏଁ ଷ୍ଟିଅରିଂ ଧରିବୁନି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି । ପୂର୍ବରୁ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପ।ତ କରୁନଥିବାରୁ ସୋମବାର ହଜାର ହଜାର ଡ୍ରାଇଭର ପିଏମ୍‌ଜି ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଜାର ହଜାର ସଂଖ୍ୟକ ଡ୍ରାଇଭର ଧାରଣାରେ ବସିଥିଲା। ଗତ କିଛିମାସ ତଳେ ସଂଘ ପକ୍ଷରୁ ମହାରାଲିର ଆୟୋଜନ କରାଯାଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ସରକାର ସେମାନଙ୍କ ଦାବିକୁ ନ ଶୁଣିବାରୁ ମହାସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି । ତେବେ ମହାସଂଘ ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ଆଲୋଚନା ସମୟରେ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା । ୩ ମାସ ମଧ୍ୟରେ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ ସୋମବାର ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ତେବେ ଦାବି ପୂରଣ ହେଲା ପର୍ଯ୍ୟନ୍ତ ମଙ୍ଗଳବାରଠାରୁ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ମହାସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି ।

ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି ଯେ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆମକୁ ଭଣ୍ଡାଇ ଚାଲିଥିଲେ । ଏଥର ହକ୍‌ ପାଇଁ ରାସ୍ତାକୁ ଓହ୍ଲାଇଛୁ । ଆମେ ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ସହାୟତା ମାଗୁନାହୁଁ । ଆମେ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବି କରୁଛୁ । ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କିଛି ଅନୁଦାନ ପ୍ରଦାନ କରାଯାଉନାହିଁ । ଡ୍ରାଇଭରମାନଙ୍କ ପାଇଁ ସରକାର ୪ ଲକ୍ଷ ଟଙ୍କାର ବୀମା ଦେବା କଥା କହିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ ସରକାର ଘୋଷଣା କଲେନାହିଁ । କୌଣସି ସ୍ଥାନରେ ଆମ ଉପରେ ଆକ୍ରମଣ କରାଗଲେ ଥାନାବାଲା ଏତଲା ଗ୍ରହଣ କରୁନାହାନ୍ତି । କରୋନା ସମୟରେ ଆମେ ଦିନରାତି ଏକାଠି କାମ କରୁଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ସୁବିଧା ପ୍ରଦାନ କରାଗଲା ନାହିଁ । ଆମେ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛୁ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.