fbpx

ବିନିକାରେ ଅଘଟଣ: ସ୍କୁଲ ଯିବାବେଳେ ଦଶମ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା(ଓଡ଼ିଶା ଭାସ୍କର): ସ୍କୁଲ ଯିବା ବେଳେ ଦଶମ ଛାତ୍ରୀଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଭଣ୍ଡାର ପଞ୍ଚାୟତ ଚୁଲିମାଳ ଗାଁରେ ଛାତ୍ରୀଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦାଦାଙ୍କୁ ଅଟକାଇବାକୁ ଯିବାବେଳେ ଠେଙ୍ଗାରେ ପିଟିଥିଲେ ପଡୋଶୀ ।

ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଆଡମିଟ୍ କାର୍ଡ ପାଇଁ ସ୍କୁଲ ଯାଉଥିଲେ । ଆକ୍ରମଣ ପରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.