fbpx

ପ୍ରଧାନମନ୍ତ୍ରୀ ପଦବୀରୁ ହଟିବେ ଇମ୍ରାନ, ପାକିସ୍ତାନ ସରକାର ଓ ସେନାଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

ନୂଆଦିଲ୍ଲୀ: ପାକିସ୍ତାନରେ ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ସରକାର ଏବଂ ସେନା ମଧ୍ୟରେ ବିବାଦ ତୀବ୍ର ହୋଇଛି। ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏହି ପଦରୁ ହଟାଇବାକୁ ସେନା ପ୍ରସ୍ତୁତ ହେଉଛି। ନଭେମ୍ବର ୨୦ ରେ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ ଆଇଏସଆଇର ଡିଜି ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ବାଜୱା ଚାହୁଁଛନ୍ତି ଯେ ଆଇଏସଆଇ ମୁଖ୍ୟ ଲେଫ୍ଟ ଜେନେରାଲ ଭାବରେ ଫୈଜ୍ ହମିଦ୍ ଙ୍କୁ ରଖାଯାଉ ।

ଏହି ପ୍ରସଙ୍ଗରେ ଇମ୍ରାନଙ୍କ ସାମନାରେ ଦୁଇଟି ବିକଳ୍ପ ରଖାଯାଇଛତିା ପ୍ରଥମ ଟି ହେଉଛି ଇମ୍ରାନ୍ ନିଜେ ନଭେମ୍ବର ୨୦ ତାରିଖ ପୂର୍ବରୁ ପଦ ଛାଡ଼ନ୍ତୁ ଓ ଦ୍ୱିତୀୟ ବିକଳ୍ପଟି ହେଉଛି ସଂସଦରେ ବିରୋଧୀ ମାନେ ଗୃହ ପରିବର୍ତ୍ତନ କରିବେ । ତେବେ ଏହି ଦୁଇଟିଯାକ ବିକଳ୍ପରେ ଇମ୍ରାନ ପଦବୀରୁ ହଟିବା ନିଶ୍ଚିତ । ସୁତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଆଗାମୀ ଦିନରେ ପାକିସ୍ତାନ ସତ୍ତାରୂଢ଼ ପାର୍ଟି ପାକିସ୍ତାନ ତହରୀଫ୍-ଏ-ଇନସାଫ୍ ସହିତ ଦୁଇଟି ମିଳିତ ଦଳ ମୁତହିଦା କୌମୀ ମୁଭମେଣ୍ଟ ଓ ପାକିସ୍ତାନୀ ମୁସଲିମ୍ ଲିଗ୍ ଛାଡି ଦେଇପାରନ୍ତି ।

ତେବେ ଇମ୍ରାନ ଯଦି ପଦରୁ ହଟୁଛନ୍ତି ତାହେଲେ ତାଙ୍କ ସ୍ଥାନରେ ପିଟିଆଇର ପରଭେଜ୍ ଖଟକ ଓ ପାକିସ୍ତାନ ମୁସଲିମ୍ ଲିଗ୍ ର ଶାହବାଜ ଶରୀଫ୍ ସମ୍ଭାବିତ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ଦୁଇ ନାମ ପ୍ରମୁଖ ଭାବରେ ରହିଛି । ଗତ ସପ୍ତାହରେ ପାକିସ୍ତାନ ସରକାର ତେହେରିକ-ଏ-ଲବୈକ ପାକିସ୍ତାନ (ଟିଏଲପି) ର ଶତାଧିକ ସମର୍ଥକଙ୍କୁ ମୁକ୍ତ କରିଥିଲେ। ଯାହାଦ୍ୱାରା ହିଂସାତ୍ମକ ପ୍ରଦର୍ଶନ ସମାପ୍ତ ହୋଇପାରିବ । ଏହି ଗୋଷ୍ଠୀ ପାକିସ୍ତାନ ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ। ଏପ୍ରିଲ ମାସରେ ଗିରଫ ହୋଇଥିବା ଏହାର ନେତା ସାଦ ରିଜଭିଙ୍କୁ ମୁକ୍ତ କରାଯିବାକୁ ଦାବି କରାଯାଇଥିଲା।

 

 

Get real time updates directly on you device, subscribe now.