fbpx

ଦିଲ୍ଲୀ ଏୟାରପୋର୍ଟରୁ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୫ା୨: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ପାକିସ୍ତାନର ଜୈସ-ଏ-ମହମ୍ମଦ ପାଇଁ କାର୍ଯ୍ୟ କରୁଥିବା ଏହି ଆତଙ୍କବାଦୀକୁ ଜାମ୍ମୁ କାଶ୍ମୀର ପୋଲିସ ଧରିବାରେ ସଫଳ ହୋଇଥିବା କୁହାଯାଉଛି । ଏହି ଆତଙ୍କବାଦୀ ଜୈସ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା । ପାକିସ୍ତାନରେ ରହୁଥିବା ଜୈସର ଭାଇ ୱାଲେଦ ଇସାରାରେ ସେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । କାଶ୍ମୀରର ଏକ ସ୍ଥାନୀୟ କୋର୍ଟ ଏହି ଆତଙ୍କବାଦୀ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ତାକୁ ଧରିବା ପାଇଁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ତେବେ ଅଧିକ ତଥ୍ୟ ହାସଲ କରିବା ପାଇଁ ଆତଙ୍କବାଦୀକୁ କାଶ୍ମୀର ନିଆଯାଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.