fbpx

ଜାମ୍ମୁ କାଶ୍ମୀରର ରେସିରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ, ଜଣେ ସୈନିକ ଆହତ

Advertisement

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ଚାସାନା ନିକଟରେ ସୋମବାର (ସେପ୍ଟେମ୍ବର ୪) ସର୍ଚ୍ଚ ଅପରେସନ୍ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ସୋମବାର ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ଇନପୁଟ୍ ପାଇଛି। ଯାହା ଆଧାରରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଚାସାନାର ତୁଲି ଅଞ୍ଚଳର ଗାଲି ସୋହାବରେ ଏନକାଉଣ୍ଟର ଚାଲିଛି। ପୋଲିସ ଏବଂ ସେନା ଏହି ଅପରେସନ ଚଳାଉଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଚିକିତ୍ସା ପାଇଁ ଗାଲାଇ ପୋଲିସ କର୍ମଚାରୀଙ୍କୁ ପଠାଯାଇଛି।

ଏହାପୂର୍ବରୁ ଜୁଲାଇ ମାସରେ ସୁରକ୍ଷା ବାହିନୀ ଚାରି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ, ପୁଞ୍ଚର ସିନ୍ଧରା ଅଞ୍ଚଳରେ ପୋଲିସ ସହ ମିଳିତ ଅପରେସନରେ ସୁରକ୍ଷା ବାହିନୀ ଦ୍ୱାରା ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିତ ଅପରେସନ୍ ସୁରାନକୋଟ୍ ବେଲ୍ଟର ସିନ୍ଧରା ଟପ୍ ଅଞ୍ଚଳରେ ଆରମ୍ଭ ହୋଇଥିଲା, ଏହା ପରେ ଗୁଳି ବିନିମୟ ହୋଇଥିଲା।

Get real time updates directly on you device, subscribe now.