ପୁଲୱାମା : ପୁଲୱାମାରୁ ବଡ ଖବର ଆସିଛି । ଏକ ବହୁତ ବଡ ଆତଙ୍କବାଦୀ ଷଡଯନ୍ତ୍ରକୁ ଅସଫଳ କରିଛି ଭାରତୀୟ ସୈନ୍ୟବାହିନୀ । ଅଳ୍ପକେ ବର୍ତ୍ତିଯାଇଛି ଆମ ଅମୂଲ୍ୟ ଯବାନଙ୍କ ମୁଣ୍ଡ । ନଚେତ୍ ପୁଣି ଏକ ବିସ୍ଫୋରଣ ସାମ୍ନା କରିଥାଆନ୍ତେ ଭାରତୀୟ ଯବାନ, ଆଉ ଦେଶବାସୀ ପାଳିଥାନ୍ତେ ଏହା ଶୋକ ।
ଜାମ୍ମୁ କାଶ୍ମୀର ପୁଲୱାମାର ଏକ ସ୍ଥାନରୁ ୫ ରୁ ୬ କିଲୋଗ୍ରାମ ଓଜନର ଜୀବନନ୍ତ ବୋମା ଉଦ୍ଧାର ହୋଇଛି । ଯାହା ଏକ ବଡ଼ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯଯାଇଛି ବୋଲି କହିପାରିବା । ଏହି ମାମଲାରେ ଆତଙ୍କବାଦୀଙ୍କ ସହଯୋଗୀ ପୁଲୱାମାର ଆରିଗାମ ନିବାସୀ ଇଶଫାକ ଅହମ୍ମଦ ୱାନିଙ୍କୁ ଗିରଫ କରାଯାଇଛି ବୋଲି କାଶ୍ମୀର ପୋଲିସ କହିଛି । ତାଙ୍କ ପ୍ରକାଶରେ ପ୍ରାୟ ୫-୬ କିଲୋଗ୍ରାମ ଓଋଊ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। ରାଜୋରିର କାଳନ୍ଦୀ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଆଇଇଡି ର ସାମଗ୍ରୀ ପୁନରୁଦ୍ଧାର କାର୍ୟ୍ୟ ଚାଲିଥିଲା । ଏହି ସମୟରେ ପୋଲିସ ଚଢଉ କରି ପୁଲିସ ଜବତ କରିଛି । ଯାହା ଏକ ସାମ୍ଭାବ୍ୟ ବିପଦ ଟଳିଛି ବୋଲି କୁହାଯାଇପାରିବ ।