fbpx

ପ୍ରେମୀଯୁଗଳଙ୍କୁ ଡେଟିଂ ପାଇଁ ଛୁଟି ଦେବ କମ୍ପାନୀ, ହେଲେ ରହିଛି ଏହି ସର୍ତ୍ତ

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ମଧ୍ୟ ସମୟ ମିଳେ ନାହିଁ । ଅଫିସରୁ ଛୁଟି ମିଳିବା ବେଶ୍ କଷ୍ଟକର ହୋଇପଡୁଛି । ଯଦି ଆପଣ ପ୍ରେମ କରୁଛନ୍ତି ତାହାଲେ ଆପଣଙ୍କ ପାଇଁ ଖୁସି ଖବର । ପ୍ରେମ କରୁଥିଲେ ଅଫିସ ଦେବ ଛୁଟି । ଆଜ୍ଞା ହଁ ଏହା କୌଣସି ମିଥ୍ୟା ଖବର ନୁହେଁ । ଆପଣଙ୍କୁ କହି ରଖୁଛି କି, ଥାଇଲାଣ୍ଡର ଏକ କମ୍ପାନୀ କର୍ମଚାରୀମାନଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଣ୍ଡର ଲିଭ ପ୍ରଦାନ କରୁଛି । ଥାଇଲାଣ୍ଡର ମାର୍କେଟିଂ ଏଜେନ୍ସି ହ୍ବାଇଟଲାଇନ ଗ୍ରୁପ କର୍ମଚାରୀମାନଙ୍କୁ ଏହି ଅଫର ପ୍ରଦାନ କରୁଛି । ଜୁଲାଇରୁ ଡିସେମ୍ବର ଭିତରେ କର୍ମଚାରୀମାନେ ଡେଟିଂ ପାଇଁ ଛୁଟି ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ଜଣେ କର୍ମଚାରୀ କେତେ ଛୁଟି ନେଇପାରିବେ ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

କିଭଳି କାମ କରିବ ଟିଣ୍ଡର ଲିଭ୍- କମ୍ପାନୀକୁ ଟିଣ୍ଡର ଲିଭ୍ ପାଇଁ ପୂର୍ବରୁ ଆବେଦନ କରିବାକୁ ହେବ ।  କମ୍ପାନୀ ପକ୍ଷରୁ ଲିଙ୍କଡଇନରେ କୁହାଯାଇଛି ଯେ, ଆମେ ଆମ କର୍ମଚାରୀମାନଙ୍କୁ ଟିଣ୍ଡର ଲିଭ୍ ଏବଂ ଡେଟିଂ ପାଇଁ ଛୁଟି ପ୍ରଦାନ କରିବୁ । କାମ ଭିତରେ ଡେଟିଂ ପାଇଁ ସମୟ ମିଳୁନଥିବା ନେଇ ଜଣେ କର୍ମଚାରୀ ଅଭିଯୋଗ କରିବା ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀମାନଙ୍କୁ ଡେଟିଂ ପାଇଁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଡିଣ୍ଡର ସବସ୍କ୍ରିପସନର ଖର୍ଚ୍ଚ ମଧ୍ୟ ଉଠାଉଛି । 6 ମାସର ମାଗଣା ସବସ୍କ୍ରିପସନ ଦେବା ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ତେବେ କମ୍ପାନୀର ଏଭଳି ପଦକ୍ଷେପ ପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କେତେଜଣ ଏହାକୁ ସପୋର୍ଟ କରୁଥିବା ବେଳେ ଅନ୍ୟ କିଛି ଜଣ ବିରୋଧ ମଧ୍ୟ କରୁଛନ୍ତି । କର୍ମଚାରୀଙ୍କ ଖୁସି ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଜଣେ କର୍ମଚାରୀ କହିଛନ୍ତି । ଅନ୍ୟପଟେ କମ୍ପାନୀ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରୁଛି ବୋଲି ଅନ୍ୟ କିଛି ଜଣ ପ୍ରତିକ୍ରିୟା ଦେଇ କହିଛନ୍ତି ।

Get real time updates directly on you device, subscribe now.