fbpx

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି: ମାନବୀୟ ତ୍ରୁଟି ପାଇଁ ହୋଇଛି ଦୁର୍ଘଟଣା… ସୂଚନା ଦେଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

Advertisement

ଦାର୍ଜିଲିଂ: ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଧିରେ ଧିରେ ବଢିବାକୁ ଲାଗିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଟ୍ରେନ ତଳୁ ଆହତ ଯାତ୍ରୀ ଏବଂ ମୃତକଙ୍କୁ ବାହାର କରୁଛନ୍ତି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୧୫ ଛୁଇଁଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ୬୦ ଅତିକ୍ରମ କରିସାରିଛି । ତେବେ ଏହାଭିତରେ ଦୁର୍ଘଟଣାର କାରଣ ପ୍ରକାଶ କରିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା । ଦୁର୍ଘଟଣାର କାରଣ ମାନବୀୟ ତ୍ରୁଟି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ରିପୋର୍ଟରେ କୁହାଯାଇଛି ଯେ, ମାନବୀୟ ତ୍ରୁଟି ଯୋଗୁଁ ହିଁ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ସିଗନାଲ ନ ମାନି ଗାଡ଼ିଚାଳନା କରିଥିବାରୁ ଏହି ଟ୍ରେନ ଦୁର୍ଘଟଣା ଘଟିଥିବା ଜୟା ବର୍ମା ସିହ୍ନା ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ଦୁର୍ଘଟଣାର ମୁଖ୍ୟ ଦୋଷୀ ଟ୍ରେନର ଡ୍ରାଇଭର ବୋଲି କୁହାଯାଇପାରେ । କାରଣ ଜୟା ବର୍ମା ସିହ୍ନାଙ୍କ ବୟାନ୍ ଅନୁସାରେ, ସିଗନାଲ ଥିବା ବେଳେ ଏହାକୁ ଖାତର ନ କରି ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ମାଡ଼ି ଯାଇଥିଲେ । ଫଳରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଟ୍ରାକରେ ଆଗରେ ଗୋଟିଏ ଟ୍ରେନ ଠିଆ ହୋଇଥିବା ବେଳେ ପଛ ଗାଡ଼ି ଅଟକିବା ଉଚିତ ଥିଲା, କିନ୍ତୁ ଡ୍ରାଇଭର ସିଗନାଲ ନ ମାନି ଗାଡ଼ି ଚଳାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହାର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ । ରେଲୱେଟ୍ରାକରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୫ ଏବଂ ଆହତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.