fbpx

Video; ଭଲ ଖବର ଆଉ କ’ଣ କି?, ଗୁହାରି ଶୁଣିଲାନି ପ୍ରଶାସନ, ନିଜ ଗାଁ’କୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କୋରାପୁଟ: (ଓଡ଼ିଶା ଭାସ୍କର) ଶେଷରେ ନିଜ ଗ୍ରାମ ପାଇଁ ତିନି କିମି ଦୂର ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ି ଛନ୍ତି ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳି ଗୁଡା ଗାଁ’ରେ। ଆଜି ପୂର୍ବାହ୍ନ ରେ, ଗ୍ରାମ ବାସୀ, ଏକତ୍ରିତ ହୋଇ, କାମ କରିବା ଲାଗି, ବାହାରି ପଡ଼ି ଥିବା ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ଏହି ଗ୍ରାମରେ  ମାତ୍ର ୧୫ପରିବାର ଗୈାଡ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଜନ ସଂଖ୍ୟା ପାଖାପାଖି ୧୦୦ରୁ ଅଧିକ ହେବେ।

ବିଶେଷ କରି ଗାଁକୁ ଯାତାୟତ କରିବା ଲାଗି ଭଲ ରାସ୍ତା ଟିଏ ନାହିଁ । ଯାହା ଦ୍ଵାରା  ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗାଁର  ଭଗବତୀ ଗୈାଡ , ମନିଛା ଗୈାଡ  କୁମ ଧନ  ଗୈାଡ , ସଦନ ଗୈାଡ, ପୁସ୍ତଳା ଗୈାଡ, ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଗାଁକୁ ଯିବାକୁ ହେଲେ କେମିଲି ଗାଁ ଛକ ଠାରୁ ତିନି କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡୁଛି। ଏହି ରାସ୍ତା ଦେଇ ଆଖ ପାଖ  ପ୍ରାୟ  ପାଞ୍ଚ ଖଣ୍ଡ ଗ୍ରାମ ବାସୀ ନିର୍ଭର କରନ୍ତି। ସେହି ଗାଁ ଗୁଡ଼ିକ ଡି ସୁଜୁଲି   ହରଡ଼ା ପୁଟ, ଚିନ୍ଦର ଯୋଡି, ଡଲିମାଳ, ଡମଯୋଡି, ସୋରିଷ ପଦର ପ୍ରଭୁତି ଗାଁ ଲୋକ ଯାତାୟାତ କରୁଛନ୍ତି।

ଗାଁକୁ ରାସ୍ତାର ସୁବିଧା ନଥିବାରୁ ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଗାଡ଼ି ଆସି ପାରୁ ନାହିଁ। ଯାହା ଦ୍ଵାରା ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ଖଟିଆ ଭାର ରେ ତିନି କିମି ଦୂର  କେମିଲି ଗାଁ ଛକ ପର୍ଯ୍ୟନ୍ତ  ନେବାକୁ ପଡୁଛି।  ସେହି ଠାରୁ ପୁଣି କୈାଣସି ଗାଡ଼ି କରି  ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ନିଆ ଯାଉଛି। ଖରା ଦିନରେ ଯାହା ଯେମିତି ଯାତାୟାତ କରି ହେଉଛି, କିନ୍ତୁ ବର୍ଷା ଦିନ ଆସିଲେ ମୁଣ୍ଡକୁ ଚିନ୍ତା ଘାରୁଛି। ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ଭତ୍ତା ଟଙ୍କା  କିମ୍ବା ଅନ୍ୟାନ୍ୟ କାମ ପଡ଼ିଲେ  ଯିବା ଆସିବାକୁ ହେଲେ  ବହୁ କଷ୍ଟ ଭୋଗୁଛୁ ବୋଲି  କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଏହି  ତିନି କିମି ଦୂର ରାସ୍ତା  ନିର୍ମାଣ ପାଇଁ  ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରାଯାଉଛି। କେବଳ ପ୍ରଶାସନ ନୁହେଁ, ସ୍ଥାନୀୟ ଜିଲ୍ଲା ପରିଷଦ,ଧନ ପତି ସାଉନ୍ତା, ଙ୍କୁ ବି କୁହାଯାଇଛି। କିନ୍ତୁ ଗାଁ ଲୋକ ଙ୍କ କଥା ରେ  କେହି ମଧ୍ୟ କର୍ଣ୍ଣପାତ କରି ନ ଥିବା କୁହାଯାଇଛି।  ଶେଷରେ  କୈାଣସି ବିକଳ୍ପ ନ ପାଇ , ଏଭଳି ତିନି ବର୍ଷ ହେଲାଣି,ଗାଁ ର  ପୁରୁଷ ମହିଳା ଏକତ୍ର ହୋଇ, ହାତରେ କୋଡ଼ି କୋଦାଳ ଧରି ,ଖାଲ ଖମା ସ୍ଥାନ କୁ ସମତୁଲ କରି ପାଦ ଚଲା ରାସ୍ତା ନିର୍ମାଣ କରି ଆସୁଥିବା ଜଣାପଡିଛି। ଏହି ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିବା ନୂଆଁ କଥା ନୁହେଁ। ଆଜକୁ ତିନି ବର୍ଷ ହେଲାଣି, ଏଭଳି ଶ୍ରମ ଦାନ କରି ରାସ୍ତା ତିଆରି କରୁଛୁ। ପ୍ରଶାସନ ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଥିବା କୁହାଯାଇଛି।

ନିର୍ବାଚନ ସମୟରେ ନେତା ଆସି ମାଳ ମାଳ ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ସରିଗଲେ ଗାଁକୁ ଭୁଲି ଯାଉଛନ୍ତି। ଏଭଳି ସରକାର ପରେ ସରକାର ବଦଳୁଛି। କିନ୍ତୁ ଆମ ଗାଁ ର ଚିତ୍ର ବଦଳୁ ନାହିଁ ବୋଲି କହିଛନ୍ତି। ଏ ଥର ରାସ୍ତା ନିର୍ମାଣ ନ ହେଲେ ଜିଲ୍ଲା ପାଳ ଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ମିଲନ କୁମାର ଝାଙ୍କର ଙ୍କୁ ଯୋଗାଯୋଗ କରିଥିଲୁ। କିନ୍ତୁ ତାଙ୍କ ଫୋନ୍ ନ ଲାଗିବା ଦ୍ବାରା ପ୍ରତିକ୍ରିୟା ମିଳିପାରିନାହିଁ। ତଥାପି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଗାଁକୁ ପକା ରାସ୍ତା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ ର ଜନପ୍ରତିନିଧି ଓ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ଗାଁ ଲୋକ ଦୁର୍ଦ୍ଦଶା ଭୋଗୁ ଥିବା ସାଧାରଣ ରେ ଚର୍ଚା ହେଉଛି। ଏନେଇ ଆମେ ଉପ ଜିଲ୍ଲାପାଳ ଙ୍କୁ ପଚାରିବାରୁ ଅତି ଶୀଘ୍ର ସମାଧାନ କରିବା ନିମନ୍ତେ ପ୍ରତିକ୍ରିୟାରେ ଦେଇଛନ୍ତି।

Get real time updates directly on you device, subscribe now.