fbpx
BJD
BJD SKY
BJD SKY

(Video) ବିବାହରେ ଖର୍ଚ୍ଚ ଉପରେ ବି ରହିବ ପ୍ରଶାସନର ନଜର: ଏଣିକି ଅଧିକ ଟଙ୍କା ଖର୍ଚ୍ଚ କଲେ ମିଳିବ ଦଣ୍ଡ !

ଏଣିକି ବାହାଘର ଉପରେ ଲାଗିପାରେ କଟକଣା । ଆଉ ମନ ଇଚ୍ଛା ଆସିବେନି ବନ୍ଧୁ ସଂପର୍କୀୟ । ବଦଳିବ ନୂତନ ଢାଞ୍ଚାର ରୀତିନୀତି । ଏ ନେଇ ଲୋକସଭାରେ ଏକ ନୂଆ ବିଲ୍ ଉପସ୍ଥାପନ କରାଯାଇଛି । ଏହାପରେ ଆଗକୁ ବଦଳିବ ବାହାଘର ଢାଞ୍ଚା ଏବଂ ଲାଗୁ ହେବ ନୁଆ ନିୟମ । ନୂତନ ଢାଞ୍ଚାରେ ହେବ ବାହାଘର ।

ସୂଚନା ଅନୁସାରେ, ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ଏଣିକି କଟକଣା ଲାଗିପାରେ । ଏନେଇ ସାଂସଦ ଲୋକସଭାରେ ନୂଆ ବିଲ୍ ଉପସ୍ଥାପନ କରିବା ପରେ ଏହାକୁ ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ବିଲ ପାରିତ ହେଲେ ହିନ୍ଦୁ ବାହାଘର ଉତ୍ସବ ଉପରେ ଏକାଧିକ କଟକଣା ଲାଗୁ କରାଯାଇପାରେ । ବିଲ୍ ଅନୁସାରେ, ବିବାହ ଉତ୍ସବକୁ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରଖିବାକୁ ବାଧ୍ୟ ହେବେ ବର/କନ୍ୟାଙ୍କ ପିତାମାତା । ଏହାବ୍ୟତୀତ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ମଧ୍ୟ କଟକଣା ଲାଗିପାରେ । ବିବାହ ଭୋଜିରେ ଅଧିକାଂଶ ୧୦ଟି ଆଇଟମ୍ ପ୍ରସ୍ତୁତ କରାଯାଇପାରେ । ଏଥିରୁ ଅଧିକ ବ୍ୟଞ୍ଜନ ପରଷା ଯାଇପାରିବ ନାହିଁ ବୋଲି ପ୍ରସ୍ତାବ ଦିଆଯାଇଛି । ଖାଲି ସେତିକି ନୁହେଁ ନବ ବିବାହିତଙ୍କୁ ଆମନ୍ତ୍ରିତ ଅତିଥି ଉପହାରରେ ୨,୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମଧ୍ୟ ଦେଇପରିବେ ନାହିଁ । ଏସବୁ ଦ୍ୱାରା ବାହାଘରରେ ହେଉଥିବା ବିଭିନ୍ନ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇପାରିବ । ଉପସ୍ଥାପିତ ବିଲର ନାଁ ହେଉଛି ‘ସ୍ୱତନ୍ତ୍ର ଅବସରରେ ଖର୍ଚ୍ଚ କାଟ୍ ବିଲ୍ ୨୦୨୦’ । ଏଥିରେ ଉଲ୍ଲେଖ ଅଛି ଯେ ଦାମୀ ଉପହାର ବାବଦରେ ଅଯଥା ଅର୍ଥ ଖର୍ଚ୍ଚ ନକରି ବରଂ ଏହାକୁ ଗରିବ, ଅସହାୟ ଏବଂ ସମାଜସେବା କରୁଥିବା ସଂଗଠନକୁ ଦାନ କରାଯିବା ଉଚିତ ବୋଲି ଏହି ବିଲ୍ ରେ ପ୍ରସ୍ତାବ ଦିଆଯାଇଛି ।

୨୦୨୦ ଜାନୁଆରୀରେ କଂଗ୍ରେସ ସାଂସଦ ଜସବୀର ସିଂହ ଗିଲଙ୍କ ଦ୍ୱାରା ଉପସ୍ଥାପିତ ବିଧାୟକ ଶୁକ୍ରବାର ପୁଣିଥରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା । ପଞ୍ଜାବର ଖଣ୍ଡୁର ସାହିବରୁ ସାଂସଦ ଜସବୀର ସିଂ ଗିଲ୍ କହିଛନ୍ତି ଯେ, ବିବାହରେ ଲୋକଦେଖାଣିଆ ଖର୍ଚ୍ଚକୁ କାଟ କରିବା ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ୱାରା ବିଶେଷ କରି କନ୍ୟା ପରିବାର ଆଶ୍ୱସ୍ତ ହୋଇପାରିବେ । ସେମାନଙ୍କ ଉପରେ ପଡୁଥିବା ଆର୍ôଥକ ବୋଝ ଲାଘବ ହୋଇପାରିବ । ଏହି ବିଲ୍ ଉପରେ ସାଂସଦ କହିଥିଲେ ଯେ, ଲୋକେ ନିଜ ଝିଅ ବାହାଘର ପାଇଁ ଘର, ବାଡି, ଜମି ବିକି ଦିଅନ୍ତି ତ କେହି ଲକ୍ଷ ଲକ୍ଷ ଟଙ୍କାର ରୁଣ କରିବାକୁ ବି ବାଧ୍ୟ ହୁଅନ୍ତି । ସେ ଆହୁରି କହିଛନ୍ତି ଯେ, ‘୨୦୧୯ରେ ସେ ଫଗୱାଡାରେ ହେଉଥିବା ଏକ ବିବାହ ଭୋଜିରେ ପ୍ରାୟ ୨୮୫ ପ୍ରକାର ବ୍ୟଞ୍ଜନର ଟ୍ରେ ରଖାଯାଇଥିଲା । କିନ୍ତୁ ସେଥିରୁ ୧୨୯ ପ୍ରକାର ବ୍ୟଞ୍ଜନ ଟ୍ରେରେ କାହାରି ହାତ ବାଜିନଥିଲା । ସେସବୁ ନଷ୍ଟ ହୋଇଥିଲା । ସେହି ସମୟରେ ହିଁ ତାଙ୍କ ମନକୁ ଏହି ବିବାହ ସମ୍ପର୍କୀତ ବିଲ୍ କଥା ଆସିଥିଲା । ଏହି ବିଲରେ ଯାହା ଉଲ୍ଲେଖ ଅଛି ପ୍ରଥମେ ତାକୁ ନିଜ ପରିବାର ଉପରେ ମଧ୍ୟ ଲାଗୁ କରିଛନ୍ତି ସାଂସଦ ଯଶବୀର ସିଂ । ନିଜ ପୁଅ ଓ ଝିଅ ବିବାହକୁ କେବଳ ୩୦ରୁ ୪୦ ଅତିଥିଙ୍କୁ ସେ ନିମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.