fbpx

ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ସାଧାରଣ ଦର୍ଶନ

ଓଡିଶା ଭାସ୍କର; ଆସନ୍ତାକାଲି ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ସାଧାରଣ ଦର୍ଶନ । ଶ୍ରୀଜିୟୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଥିବା କାରଣରୁ ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ସୂଚନା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବାପରେ ଏହି ବନକଲାଗି ନୀତି କରାଯିବ । ୨୦୧୮ ମସିହା ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଆସୁଛି ।

ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଦେଖା ଦେଇଥିବାରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା । ଶେଷରେ ଦତ୍ତମହାପାତ୍ର ନିଯୋଗ, ଦଇତାପତି ନିଯୋଗ, ମନ୍ଦିର ପରିଚାଳନା କମିଟି ସହ ଶ୍ରୀମନ୍ଦିର ମଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।

 

Get real time updates directly on you device, subscribe now.