fbpx

ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି । ତେବେ ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ଏହି ଚୟନ ହୋଇପାରେ ବୋଲି କୁହାଯାଉଛି । ନ୍ୟାୟାଧୀଶଙ୍କ ଚୟନ ଏକ ପ୍ରାସଙ୍ଗିକ ମୁଦ୍ଦା ହୋଇଥିବାରୁ ଏନେଇ ଅନ୍ୟ ଏକ ମାଧ୍ୟମ ଆପଣାଇବାର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ମତବ୍ୟକ୍ତ କରିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି ।

ରାଷ୍ଟ୍ରପତି କହିଛନ୍ତି ଯେ, ନିମ୍ନ ପଦବୀଠାରୁ ଆରମ୍ଭ କରି ନ୍ୟାୟାଧୀଶଙ୍କ ଚୟନ ଓ ପ୍ରମୋସନ ପାଇଁ ସର୍ବଭାରତୀୟ ନ୍ୟାୟିକ ସେବା ପ୍ରକ୍ରିୟା ଆରମ୍ଭ ହେବା ଦରକାର । ଏହା କୌଣସି ନୂଆ ବିଚାର ନୁହେଁ । ଜନତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏକ ବଳିଷ୍ଠ ଓ ସ୍ୱତନ୍ତ୍ର ନ୍ୟାୟ ବ୍ୟବସ୍ଥା ନିହାତି ଜରୁରୀ । ନ୍ୟାୟପାଳିକାର ସ୍ୱାଧୀନତା ଉପରେ କୌଣସି ବୁଝାମଣା କରିବା ଅନୁଚିତ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ୬ ବର୍ଷ ପୂର୍ବେ ସଂସଦର ଜାତୀୟ ନ୍ୟାୟିକ ନିଯୁକ୍ତି କମିସନ (ଏନଜେଏସି) ଆକ୍ଟକୁ ସୁପ୍ରିମକୋର୍ଟ ଦ୍ୱାରା ରଦ୍ଦ କରାଯାଇଥିଲା । ୨୦୧୬ ମସିହା ଅକ୍ଟୋବର ୧୫ ତାରିଖରେ ପାଞ୍ଚଜଣ ବିଚାରପତି ୪:୧ ବହୁମତ ଆଧାରରେ ଏନଜେଏସି ଆକ୍ଟକୁ ବାତିଲ୍ କରିଦେଇଥିଲେ । ତେବେ ବର୍ତ୍ତମାନ ରାଷ୍ଟ୍ରପତି ଉକ୍ତ ପ୍ରସଙ୍ଗକୁ ପୁନର୍ଜିବିତ କରିଦେଇଥିବା ଜଣାପଡ଼ିଛି । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସଭାରେ ଏହି ଅବସରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣଙ୍କ ସହ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.