Video: ଚାଲିଗଲେ ବାବା ଉଦାସୀ, ଝୁରୁଛନ୍ତି ଭକ୍ତ, ଲୁହ ଗଡ଼ାଇ କାନ୍ଦୁଛି ଗାଈ…

ଯାଜପୁର: ଚାଲିଗଲେ ବାବା, କାନ୍ଦିଲେ ଭକ୍ତ। ଲୁହ ଗଡ଼ାଇ କାନ୍ଦୁଛି ଗାଈ। ଆଜି ଗାଈ ଆଖିରେ ବି ଧାର ଧାର ଲୁହ। ମଣିଷ ଭଳି ଚିତ୍କାର କରିପାରୁ ନଥିଲେ କଣ ହେଲା ତା ଆଖିରୁ ଲୁହ ବାହାରି ଆସୁଛି। ଏପଟେ ଭକ୍ତ ମାନେ କାନ୍ଦି କାନ୍ଦି ରାସ୍ତା ଉପରେ ଗଡ଼ି ଯାଉଛନ୍ତି। ମୁଣ୍ଡକୁ ପିଟି ତଳେ କାନ୍ଦୁଛନ୍ତି। କହି ଯାଉଛନ୍ତି ଆମକୁ କଣ ପାଇଁ ଛାଡ଼ିକି ଗଲେ। ଆମେ ଏବେ କାହା ସରଣକୁ ଆସିବୁ। ଆମକୁ ଏବେ କିଏ ଉଦ୍ଧାର କରିବ। ଏ କୌଣସି ମିଛ କି ଭଣ୍ଡ ବାବା ନୁହଁନ୍ତି। ନିଜକୁ କେବେ ଭଗବାନ ବୋଲି କହିନାହାଁନ୍ତି। କିନ୍ତୁ ଭକ୍ତ ମାନଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। ସୁଖ ଦୁଃଖର ସାଥିଟେ ହୋଇଥିଲେ।
ଆଉ ସେଥିପାଇଁ ତ ତାଙ୍କର ଯିବା ପରେ ଗାଈବି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛି। ବାପାଙ୍କ ନାଁ ହେଉଛି ଉଦାସୀ ବାବା। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। ଗାଈ ଆଜି କାହାକୁ କିଛି ନକହି କାନ୍ଦି ଯାଉଛି। ରାସ୍ତା ଉପରେ ଭକ୍ତ ମାନେ ଛାତିକୁ ପିଟି କାନ୍ଦୁଛନ୍ତି। ଅଚାନକ ଉଦାସୀ ବାବା ଛାଡ଼ିକି ଯିବ ପରେ ଭକ୍ତ ମାନେ ସହି ପାରୁ ନାହାଁନ୍ତି। ବାବାଙ୍କର ପାର୍ଥିବ ଶରୀରକୁ ଦେଖିବା ପାଇଁ ରାସ୍ତା ପୁରା ଜାମ ହୋଇଛି। ଶହ ଶହ ଭକ୍ତ ମାନେ ରାସ୍ତା ଉପରେ ରୁଣ୍ଡ ହୋଇଛନ୍ତି। ହାତକୁ ଯୋଡ଼ି ଆଖିରୁ ବୁହାଉଛନ୍ତି ଲୁହ। ବାବା ବାବା କହି କାନ୍ଦିପକାଉଛନ୍ତି। ଏ ହେଉଛି ବାବାଙ୍କ ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧାର କଥା।
କିଏ ଜାଣିଥିଲା ବାବା ଏମିତି ଏତେ ଶୀଘ୍ର ଦୁନିଆ ଛାଡି ଚାଲିଯିବେ ବୋଲି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ନିକଟ ସୋଲର ଗ୍ରାମରେ ଥିବା ଉଦାସ ମଠର ମୁଖ୍ୟ ଥିଲେ ବାବା ରବୀନ୍ଦ୍ର ଦାସ। ପିଲା ବେଳୁ ପରିବାର ତ୍ୟାଗ କରି ସେ ଏଠାରେ ଯୋଗ ତପସ୍ୟା କରୁଥିଲେ। ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ଉଦାସୀ ମଠକୁ ଆସୁଥିବା ବେଳେ ବାବାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ତେବେ ଆଗାମୀ ଦିନରେ ଏତେ ବଡ଼ ମଠର ଦାୟିତ୍ୱ କିଏ ସୁଚାରୁ ରୂପେ ଚଳେଇବେ କାହାକୁ ଦାୟିତ୍ୱ ଦିଆଯିବ ତାହା ସ୍ପଷ୍ଟ ହୋଇନି।