fbpx

ଛାଡ଼ି ଯାଇଛି ବାତ୍ୟା, ଉପୁଜିଛି ବନ୍ୟା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର ): ସାଇକ୍ଲୋନ ୟାସ ପ୍ରଭାବରେ ବିଭିନ୍ନ ଜଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଢାବଳଙ୍ଗ, ବୈତରଣୀ ଭଳି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ନଦୀମାନଙ୍କରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

କେନ୍ଦୁଝରର ଆନନ୍ଦପୁରରେ ବିପଦସଙ୍କେତ ଉପରେ ରହଇଛି ଜଳସ୍ତର, ବିପଦ ସଙ୍କେତ ୩୮.୩୬୦ ମିଟର, ବର୍ତ୍ତମାନ ଜଳସ୍ତର ୩୮.୫୦୦ ମିଟର ଉପରେ ପ୍ରବାହିତ ହେଉଛି । ସେହିଭଳି ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ଉପରେ ବହୁଛି ବୈତରଣୀର ଜଳସ୍ତର । ବିପଦସଙ୍କେତ ୧୭.୮୩ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭.୯୨ ମିଟର ଉପରେ ପ୍ରବାହିତ ହେଉଛି । ଆଖୁଆପଦାରେ ୧୯ରୁ ୨୦ ମିଟର ପର୍ଯ୍ୟନ୍ତ ଯାଇପାରେ ଜଳସ୍ତର । ସେପଟେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କହିଛନ୍ତି ଏସଆରସି । ନଦୀବନ୍ଧ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆକସ୍ମିକ ବନ୍ୟା ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥବା ନେଇ କହିଛନ୍ତି ଏସଆରସି ।

Get real time updates directly on you device, subscribe now.