fbpx

ବ୍ୟବହାର କରୁନଥିବା ଜିନିଷକୁ ଘରେ ରଖୁଛନ୍ତି କି, ସୃଷ୍ଟି ହୋଇପାରେ ଏହି ଅସୁବିଧା..

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦୈନାନ୍ଦିନ ଜୀବନରେ ସବୁ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଏବଂ ଘରେ ସମୃଦ୍ଧି ଆଣିବାକୁ ଚେଷ୍ଟା କରିଥାଉ । ହେଲେ କିଛି ବାସ୍ତୁ ଦୋଷ କାରଣରୁ ଘରେ ଲଗାତର ଭାବରେ ସମସ୍ୟା ଲାଗିରହିଥାଏ । ବେଳେ ବେଳେ ଏମିତି ବି ସମୟ ଆସେ ସେହି ଅସୁବିଧାରୁ ମୁକ୍ତି ପାଇବାରେ ଆମେ ବିଫଳ ହୋଇଥାଉ । ଯେଉଁଥିପାଇଁ ଘରେ କଳି ଝଗଡା ପରି ପରିସ୍ଥିତି ଆରମ୍ଭ ହୋଇଯାଏ । ତେବେ କଣ ଆପଣମାନେ ଜାଣିଛନ୍ତି କି ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅସୁବିଧା ଲାଗି ରହିବାର କାରଣ ଆପଣଙ୍କର ଘରେ ହିଁ ରହିଛି । ତେବେ ଚାଲନ୍ତୁ ଜାଣିବା କଣ ସେହି କାରଣ ।

ପ୍ରଥମ କଥା ହେଲା ଆମେ ବିଭିନ୍ନ ସମୟରେ ଏମିତି ଅନେକ ଜିନିଷକୁ ବ୍ୟବହାର କରିଥାଉ ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ଆମର କୌଣସି କାମରେ ଆସି ନଥାଏ କି ଆମେ ସେହି ବସ୍ତୁକୁ ଅନାଗ୍ରହ ଦୃଷ୍ଟିରୁ ବ୍ୟବହାର ମଧ୍ୟ କରି ନଥାଉ । ତେବେ ସେହିଭଳି ଜିନିଷକୁ ଘରେ ରଖନ୍ତୁ ନାହିଁ । ତାଦ୍ୱାରା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ଯାହା ଘରେ ଅଶାନ୍ତି ବଢ଼ିବାର କାରଣ ହୋଇ ଠିଆ ହୋଇଥାଏ । ତେଣୁ ଏଭଳି ଜିନିଷକୁ ଘରେ ନ ରଖି ଦାନ କରି ଦିଅନ୍ତୁ । ଏହା ସହିତ ଘରକୁ ସର୍ବଦା ସଫା ଏବଂ ସଜାଇ ରଖନ୍ତୁ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେବ ।

ଖାଲି ସେତିକି ନୁହେଁ ଘରେ ବିଭିନ୍ନ କୋଣକୁ ଅନେକ ଦିନ ସଫା ନ କରିବା ଦ୍ୱାରା ଅଳନ୍ଧୁ କିମ୍ବା ଧୂଳି ଜମି ଅପରିଷ୍କାର ହୋଇଯାଇଥାଏ । ତାହେଲେ ସେସବୁ କୁ ତୁରନ୍ତ ସଫା କରି ଦିଅନ୍ତୁ । ନଚେତ୍ ଘରେ ନକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ହେବା ଆରମ୍ଭ ହୋଇଯିବ । ତେଣୁ ଘରର ସବୁ କୋଣରୁ ଅଳନ୍ଧୁ ଏବଂ ଧୂଳି ଲାଗିବା କ୍ଷଣି ସଫା କରିଦିଅନ୍ତୁ ।

ଏଥିସହ ପରିବାର ଲୋକଙ୍କୁ ସବୁବେଳେ ସେମାନଙ୍କ ପାଦକୁ ସଫା ରଖିବାକୁ କୁହନ୍ତୁ । କାରଣ ପାଦ ଅପରିଷ୍କାର ରହିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦେଖାଦେବା ଆରମ୍ଭ ହୋଇଥାଏ । ତେଣୁ ବାହାରୁ ଘରକୁ ଆସିବା ବେଳେ ଏବଂ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ପାଦକୁ ଭଲ ଭାବରେ ଧୋଇ ଶୁଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଘରେ ପରିବର୍ତ୍ତନ ଆସିଯିବ ।

Get real time updates directly on you device, subscribe now.