ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ପାଇଁ ଟିମ୍ ଘୋଷଣା କଲା ବାଂଲାଦେଶ କ୍ରିକେଟ୍ ବୋର୍ଡ଼, ତାଲିକାରେ ଏହି ଖେଳାଳି ସାମିଲ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୧ରୁ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବାଂଲାଦେଶ ସ୍ଥିତ Shere Bangla National Stadium, ଢ଼ାକା ଠାରେ ଦୁଇ ଦଳ ମୁହାଁମୁହିଁ ହେବେ । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ଼ ପକ୍ଷରୁ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି ।

ବାଂଲାଦେଶ କ୍ରିକେଟ୍ ବୋର୍ଡ଼ ଦଳରେ ସବୁଠାରୁ ଅନୁଭବୀ ଖେଳାଳି ଶାକିବ୍ ଅଲ୍ ହସନଙ୍କୁ ମଧ୍ୟ ସାମିଲ କରିଛନ୍ତି । ବାଂଲାଦେଶରେ ନୂତନ ସରକାର ପରିବର୍ତ୍ତନ ପରେ ଦେଶକୁ ଫେରିବେ ଶାକିବ୍ । ବିଗତ ଦିନରେ ଶାକିବ୍ ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତ ରହିଥିଲେ । ବୋର୍ଡ଼ ଏହି ନୂତନ ଟିମରେ ଏକ ଛୋଟ ପରିବର୍ତ୍ତନ କରିଛନ୍ତି । ଟିମରେ ବୋଲର ଖାଲିଦ ଅହମଦଙ୍କୁ ସ୍ଥାନ ମଳିନଥିବା ବେଳେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ସମୟରେ ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ମିଳିଛି । କହିରଖୁଛୁ ଏହି ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ଅକ୍ଟୋବର ୨୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ଟିମ୍ 

ନଜମୁଲ ହୁସୈନ ସନ୍ତୋ(ଅଧିନାୟକ), ଶାଦମାନ୍ ଇସଲାମ, ମହମୁଦୁଲ ହସନ ଜୟ, ଜାକିର ହସନ, ମୋନିମୁଲ ହକ୍‌. ମୁଶଫିକୁର ରହୀମ, ଶାକିବ ଅଲ୍ ହସନ୍‌, ଲିଟନ୍ ଦାସ, ଜାକେର ଅଲି, ମେହଦୀ ହସନ୍‌, ତୈଜୁଲ ଇସଲାମ, ନଇମ ହସନ୍‌, ତସ୍କିନ୍ ଅହମଦ, ହସନ ମହମୁଦ ଏବଂ ନାହିଦ ରାଣା ।

Get real time updates directly on you device, subscribe now.