fbpx

IND vs BAN 1st ODI: ପ୍ରଥମ ଦିନିକିଆରେ ଫେଲ୍ ମାରିଲା ଭାରତୀୟ ଟିମ୍‌ର ବ୍ୟାଟିଂ, ୧୮୬ରେ ଅଲଆଉଟ୍

ମୀରପୁର: ବାଂଲାଦେଶର ଜବରଦସ୍ତ ବୋଲିଂ ଆଗରେ ଆଣ୍ଠେଇଛି ଭାରତୀୟ ଟିମ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ ୧୮୬ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପାଇଁ ଶକିବ ଅଲ ହାସନ ୫ଟି ଉଇକେଟ୍ ନେଇଥିବା ବେଳେ ଇବାଦତ ୪ଟି ଉଇକେଟ୍ ନେଇଛନ୍ତି । ଭାରତ ପାଇଁ କେ.ଏଲ ରାହୁଲ ସର୍ବାଧିକ ୭୩ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ଟିମ୍ ସମ୍ପୁର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନଥିଲା । ୪୧.୨ ଓଭର ଖେଳି ୧୮୬ ରନ୍‌ରେ ଅଟକି ଯାଇଥିଲା ।

୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ୱିତୀୟ ପାଳିର ପ୍ରଥମ ବଲ୍‌ରେ ପ୍ରଥମ ଉଇକେଟ୍ ହରାଇଛି । ଦୀପକ ଚହର ଭାରତ ପାଇଁ ଏହି ସଫଳତା ଆଣି ଦେଇଥିଲେ । ଭାରତ ପାଇଁ ରୋହିତ ଶର୍ମା ଏବଂ ଶିଖର ଧାୱନ ପାଳି ଓପନିଂ କରିଥିଲେ । ପ୍ରଥମ ଉଇକେଟ୍‌ରେ ଦୁହେଁ ୨୩ ରନ୍ ସଂଗ୍ରହ କରିଥିଲେ । ଏହାପରେ ଶିଖର ଧାୱନ ମାତ୍ର ୭ ରନ୍ କରି ପ୍ୟାଭିଲିୟନ ଫେରି ଆସିଥିଲେ । ଭାରତକୁ ଦ୍ୱିତୀୟ ଝଟକା ରୋହିତ ଶର୍ମାଙ୍କ ରୂପରେ ଲାଗିଥିଲା । ଏହାପରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ୍ ହରାଇ ୧୮୬ ରନ୍‌ରେ ସିମିତ ରହିଯାଇଥିଲା ।

Get real time updates directly on you device, subscribe now.