fbpx

ସ୍କୁଲ ଭିତରକୁ ପଶି ଆସିଲା ଭାଲୁ; ଭୟଭୀତ ଛାତ୍ରଛାତ୍ରୀ, ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ

ନବରଙ୍ଗପୁର: (ଓଡ଼ିଶା ଭାସ୍କର) ଭାଲୁ ପଶି ଆସିବାରୁ ଅଧାରୁ ବନ୍ଦ ରହିଲା ସ୍କୁଲ । ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲ ପରିସର ଭିତରକୁ ପଶି ଆସିଲା ଭାଲୁ । ସ୍କୁଲ ଖୋଲିବାର କିଛି ସମୟ ପରେ ପଶି ଆସିଲା ଭାଲୁ । ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଯିଲେ, ଯାହାକୁ ନେଇ ସ୍କୁଲ ଅଧାରୁ ବନ୍ଦ ରହିଲା । ଭାଲୁକୁ ଘଉଡ଼ାଇବାକୁ ସ୍କୁଲ ହତା ଭିତରକୁ ପହଞ୍ଚିଲା ବନବିଭାଗ । ଭାଲୁକୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି ।

Get real time updates directly on you device, subscribe now.