fbpx

ଏପରି BOSS ସମସ୍ତଙ୍କୁ ମିଳୁ ! କର୍ମଚାରୀଙ୍କ ପାର୍ଟି ଖର୍ଚ୍ଚ ବହନ କଲେ ମାଲିକ

ଜଣେ କୋଟିପତି ବ୍ୟବସାୟୀ ନିଜର ହଜାର ହଜାର କର୍ମଚାରୀଙ୍କର ପାର୍ଟି ଖର୍ଚ୍ଚ ନିଜେ ବହନ କରିଛନ୍ତି । ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି କର୍ମଚାରୀଙ୍କୁ ଡିଜନୀ ୱାର୍ଲ୍ଡ ଭ୍ରମଣ କରାଇଛନ୍ତି । କର୍ମଚାରୀଙ୍କ ଯିବା ଆସିବା, ରହିବା ଖାଇବାରେ ସବୁ ଖର୍ଚ୍ଚ ନିଜେ ବହନ କରିଛନ୍ତି । ବସଙ୍କର ଏହି ସହୃଦୟତାରେ କର୍ମଚାରୀମାନେ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି । ଏହି ଆମେରିକୀୟ ବ୍ୟବସାୟୀଙ୍କ ନାମ କେନ୍ ଗ୍ରିଫିନ ।

ଫ୍ଲୋରିଡାରେ ରହୁଥିବା ୫୪ ବର୍ଷୀୟ ଗ୍ରିଫିନ୍ ସିଟାଡେଲ୍ ଆଣ୍ଡ ସିଟାଡେଲ୍ ସିକ୍ୟୁରିଟି ସଂସ୍ଥାର ମାଲିକ । ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୨୬୦୦ ବିଲିୟନ ହେବ । ସେ ନିକଟରେ ନିଜ କମ୍ପାନୀର ପାଖାପାଖି ୧୦ ହଜାର କର୍ମଚାରୀ ଓ ତାଙ୍କ ପରିବାର ପାଇଁ ତିନି ଦିନର ଟ୍ରିପର ଆୟୋଜନ କରିଥିଲେ ଏବଂ ଏହି ଟ୍ରିପ୍ର ପୂରା ଖର୍ଚ୍ଚ ନିଜେ ବହନ କରିଥିଲେ ।

ସୂଚନା ଅନୁଯାୟୀ, କମ୍ପାନୀର ୨୦ତମ ବାର୍ଷିକ ପୂର୍ତ୍ତି ଅବସରରେ କର୍ମଚାରୀ ନିଜର ପରିବାର ସହ ଡିଜ୍ନୀ ୱାର୍ଲ୍ଡ ଟ୍ରିପରେ ଯାଇଥିଲେ । ଏହି ସମୟରେ ବିମାନରୁ ନେଇ ହୋଟେଲ ଯାଏ ସବୁ ଖର୍ଚ୍ଚ ବହନ କରିଥିଲେ ଗ୍ରିଫିନ । କରୋନା ଯୋଗୁଁ ଏହି ପାର୍ଟି ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ ଯେବେ ପାର୍ଟି ଦିଆଗଲା ତ ଏହାର ଆୟୋଜନ ଦେଖି ଲୋକଙ୍କ ଆଖି ଜଳକା ହୋଇଗଲା । କେନ୍ ଗ୍ରିଫିନଙ୍କ ବିଷୟରେ କୁହାଯାଇଛି କି ସେ ନିଜ ଜୀବନକାଳ ଭିତରେ ବହୁତ ଟଙ୍କା ଦାନ କରିଛନ୍ତି । ଯେଉଁଥିରେ ଅଧିକାଂଶ କଳା, ଶିକ୍ଷା ଓ ମେଡିକାଲ କ୍ଷେତ୍ର ସାମିଲ ଅଛି । ସେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ ବିଲିୟନ ଟଙ୍କା ଦାନ ଦେଇଛନ୍ତି ।

Get real time updates directly on you device, subscribe now.