ବାହା ବେଦୀରେ ବର ମାତାଲ୍… ନିଜ ବାହାଘରରେ ମାଲ୍ ପିଇ ଆସିଲେ ତୋତାରାମ: ତା’ ପରେ ହେଲା ହଙ୍ଗାମା

ଓଡ଼ିଶା ଭାସ୍କର: ଜୀବନରେ ବାହାଘର ଦିନ ସମସ୍ତଙ୍କ ପାଇଁ ଏକ ଅଭୁଲା ଦିନ ହୋଇ ରହିଥାଏ । ତେଣୁ ଏହି ଦିନକୁ ଆହୁରି ସ୍ମରଣୀୟ କରିବାକୁ ବିଭିନ୍ନ ପ୍ରକାର ନିଆରା କାମ କରିଥାନ୍ତି । ବାହାଘରକୁ ସ୍ପେସାଲ କରିବା ପାଇଁ କିଏ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ତ ଆଉ କିଏ ବିଭିନ୍ନ ପ୍ରକାରର ପ୍ରୟାସ କରୁଥିବାର ଦେକାଯାଏ । କିନ୍ତୁ ବାବୁ ତୋତାରାମ ଏପରି କାରନାମା କରିଛନ୍ତି, ଯେଉଁଥିପାଇଁ ତାଙ୍କ ବିବାହକୁ ଉଭୟଙ୍କ ପରିବାର ସହ ଗ୍ରାମବାସୀ ବି ମନେ ରଖିବେ । ମଦ ପିଇ ନିଜ ବାହାଘରକୁ ଆସିଥିଲେ ବର । ନିଶାରେ ଚୁର ହୋଇ ସେ ବାହା ହେବାକୁ ଯାଇଥିଲେ । ଆଉ ତା’ପରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ପ୍ରତାପଗଡ଼ ଅଞ୍ଚଳରେ କିଛି ଏପରି ଘଟଣା ଘଟିଯାଇଛି । କରନପୁରର ଖୁଜି ଗ୍ରାମର ତୋତାରାମ ଔରଫ ଅନୀସ କୁମାରଙ୍କ ସହ ନିଜ ଝିଅ ବାହାଘର ଠିକ୍ କରିଥିଲେ ସଞ୍ଜୟ । ସୋମବାର ସନ୍ଧ୍ୟାରେ ବରଯାତ୍ରୀ ଗାଁରେ ପହଞ୍ଚିବା ପରେ ସେଠାରେ ହଙ୍ଗାମା ଆରମ୍ଭ ହୋଇଥିଲା । ପ୍ରକୃତରେ ତୋତାରାମ ନିଜ ବାହାଘରରେ ମାଲ୍ ପିଇ ଆସିଥିଲେ । ତାଙ୍କ ସହିତ ତାଙ୍କ ବାପା ମଧ୍ୟ ପ୍ରଚୁର ମଦ ପିଇଥିବା ଜାଣିବାକୁ ପାଇଥିଲେ ସଞ୍ଜୟଙ୍କ ଝିଅ ଏବଂ ପରିବାର । କେବଳ ସେତିକି ନୁହେଁ, ମଦ ପିଇ ନିଶାରେ ଚୁର ଥିବା ବେଳେ ବାହାଘରରେ ହଙ୍ଗାମା କରୁଥିଲେ । ଏହାପରେ ବର ପକ୍ଷ ଏବଂ କନ୍ୟା ପକ୍ଷ ଭିତରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ ।

प्रतापगढ़: मुंह लटकाए बैठा दूल्हा

ଏହି କଥାକୁ ନେଇ ଉଭୟ ପକ୍ଷ ଭିତରେ ଯୁକ୍ତିତର୍କ ହେବା ପରେ କନ୍ୟା ନିଜେ ବାହା ହେବାକୁ ମନା କରି ଦେଇଛନ୍ତି । ଯାହା ପରେ ତୋତାରାମଙ୍କ ବାହା ହେବାର ସ୍ୱପ୍ନ ଅଧାରେ ରହିଯାଇଛି । ଫଳରେ ବରଯାତ୍ରୀ ନିରାଶ ହୋଇ ଘରକୁ ଫେରିଛନ୍ତି । ଏହାପରେ କନ୍ୟା ପକ୍ଷ ବିବାହ ପାଇଁ ଖର୍ଚ୍ଚ କରିଥିବା ସମସ୍ତ ଟଙ୍କା ମଧ୍ୟ ଫେରାଇଛନ୍ତି ତୋତାରାମଙ୍କ ପରିବାର । ତେବେ ବିବାଦ ବଢିବା ପରେ ତୋତାରାମ ଏବଂ ତାଙ୍କ ପିତାଙ୍କୁ ବନ୍ଦୀ କରି ନେଇ ପୋଲିସକୁ ଖବର ଦିଆ ଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା ।

ତେବେ ତୋତାରାମ ଏ ଘଟଣା ନେଇ କହିଛନ୍ତି ଯେ, ଅଳ୍ପ ଟିକେ ପିଇଥିଲି, ସେଇଥିଲେ ମାମଲା ଗମ୍ଭୀର ହୋଇଗଲା । ଏବେ ସବୁକିଛି ସମାଧାନ ହୋଇଯାଇଛି । ବାହାଘର ଭାଙ୍ଗିଯାଇଛି ଏବଂ କନ୍ୟାପକ୍ଷକୁ ଟଙ୍କା ଦିଆ ହୋଇଛି । ତେବେ ଏହି ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।