fbpx

ସକାଳୁ ବଡ ଦୁର୍ଘଟଣା ; ପାହାଡ ତଳକୁ କ୍ୟାଣ୍ଟର ଖସି ପଡିଛି, ବାପା-ମା ଓ ଝିଅ ସହିତ ପାଞ୍ଚ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସକାଳୁ ସକାଳୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଖବର ମିଳିଛି । ପାହାଡ ତଳକୁ ଏକ କ୍ୟାଣ୍ଟର ଖସି ପଡିବା ଯୋଗୁଁ ବାପା-ମା ଓ ଝିଅ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ୟାଣ୍ଟରଟି ୨୫୦ ଫୁଟ୍ ତଳକୁ ଖସି ପଡିଛି । ଗାଡିରେ ମୋଟ୍ ୧୦ ଜଣ ଲୋକ ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାର ଧରମଶାଲାର ୟୋଲ କି ରସେହାଦ୍ ପଞ୍ଚାୟତର ଉଥ୍ରାରେ ଏକ କ୍ୟାଣ୍ଟର ପାହାଡ ତଳକୁ ଖସି ପଡି ସଡକ ଦୁର୍ଘଟଣାର ଶିକାର ହୋଇଛି। ଏହି ଘଟଣାରେ କ୍ୟାଣ୍ଟରରେ ଥିବା ୧୦ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଟାଣ୍ଡା ମେଡିକାଲ କଲେଜକୁ ପଠାଯାଇଛି। କ୍ୟାଣ୍ଟରରେ ଗହମ ବୋଝେଇ ହୋଇଥିବା ଯୋଗୁଁ ଭାରସାମ୍ୟ ହରାଇ ୨୫୦ ଫୁଟ୍ ତଳକୁ ଖସିପଡିଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ତୁରନ୍ତ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାଜ୍ୟ ସରାକରଙ୍କ ତରଫରୁ ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.