ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶରେ କେତେ ମାମଲାରେ ସିବିଆଇ ତଦନ୍ତ ହୋଇଛି, ଆଉ କେତେ ନେତା ଗିରଫ ହୋଇଛନ୍ତି

କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ଅପବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । ଆଜି ଏଭଳି କିଛି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ତୃଣମୁଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ କିମ୍ବା ଆସମ ଭଳି ରାଜ୍ୟରେ ହତ୍ୟା ଭଳି ମାମଲାରେ ସିବିଆଇ କେତେ ମାମଲାରେ ତଦନ୍ତ କରିଛି? କେତେଜଣ ନେତାଙ୍କୁ ଗିରଫ କରିଛ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ ସିବିଆଇ, ଇିଡିକୁ ବ୍ୟବହାର କରି ଯେତେ ଷଡ଼ଯନ୍ତ୍ର କରିବାର ଅଛି କରନ୍ତୁ, ଆମେ କମଜୋର ନୁହେଁ ବୋଲି ମମତା କହିଛନ୍ତି ।

ଏହା ସହିତ ସେ ନାଦିୟା ନାବାଳିକା ଦୁସ୍କର୍ମ ଏବଂ ହତ୍ୟା ମାମଲାକୁ ସିବିଆଇ ତଦନ୍ତ ପାଇଁ ସୁପାରିସ କିରିଛନ୍ତି । ନାଦିଆ ହତ୍ୟା ମାମଲାରେ ସେ କହିଛନ୍ତି ଯେ, କିପରି ଆପଣ ଜାଣିବେ କି ନାବାଳିକାଙ୍କ ସହିତ ଦୁସ୍କର୍ମ ହୋଇଛି, ବା ସେ ଗର୍ଭବତି ଥିଲେ, କି ତାଙ୍କର କାହା ସହିତ ପ୍ରେମ ସମ୍ବନ୍ଧ ଥିଲା, କିମ୍ବା ସେ ଅସୁସ୍ଥ ଥିଲେ । ଏପରିିକି ନାବାଳିକାଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ । ଯଦି କେହି କୌଣସି ସମ୍ପର୍କରେ ଥିବେ, ତେବେ ମୁଁ କିପରି ସେମାନଙ୍କୁ ରୋକି ପାରିବି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ସହିତ ସେ ଉତ୍ତରପ୍ରଦେଶକୁ ମଧ୍ୟ ଏହି ପ୍ରସଙ୍ଗରେ ଯୋଡ଼ି କହିଥିଲେ ଯେ ଏହା ୟୁପି ନୁହେଁ ଯେ ଲଭ୍ ଜିହାଦ ନାମରେ କିଛୁି ବି କରିଦେବୁ ।