fbpx
BSKY SKY
BSKY SKY

ଚୀନରେ ମହାମାରୀ ପାଇଁ ଲକଡାଉନ: ଘରେ ବନ୍ଦୀ ଚିତ୍କାର କରୁଥିବା ଲୋକଙ୍କ ଭିଡିଓ ଭାଇରାଲ

BSKY

ସଂଙ୍ଘାଇ: ଚୀନ ଏବେ ବି ପାଳନ କରୁଛି ଜିରୋ କୋଭିଡ ପଲିସି । ଦେଶର ସବୁଠୁ ବଡ ସହର ସଂଙ୍ଘାଇରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି କମ୍ୟୁନିଷ୍ଟ ପାର୍ଟି ସରକାର ସମ୍ପୂର୍ଣ୍ର ସହରରେ ଲକଡାଉନ ଘୋଷଣା କରିଛନ୍ତି । ଏକ କଡା କଟକଣାକୁ ନେଇ ଖୁବ ଅସୁଷ୍ଟ ହୋଇଛନ୍ତି ନାରାଜ ଲୋକ । ଏହାଦ୍ୱାରା ନିଜ ଆପାର୍ଟମେଣ୍ଟ ଖୁବ ଜୋରରେ ଚିଲାଇବା ଜଣାପଡିଛି । ଯାହାର ଭିଡିଓ ଏବେ ସୋଶିଅଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହ ଅଧିକାରୀମାନଙ୍କ ସହ ଲଢୁଥିବାର ମଧ୍ୟ ନଜର ଆସିଛି ।

 

ଚୀନ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୫ ତାରିଖରୁ ସଙ୍ଘାଇରେ ଲକଡାଉନ ଘୋଷଣା କରାଯାଇଛି । ଦେଶର ମୋଟ ୨୬ କୋଟି ଲୋକଙ୍କୁ ଘରେ ବନ୍ଦ ରଖିବା ସହ ଲକଡାଉନ କଟକଣାକୁ କଡାକଡି କରିଛି । ସେପଟେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ଏରିକ ଫିଗଲ-ଡିଙ୍ଗ ସହରର କିଛି ଭିଡିଓ ଟ୍ୱିଟରରେ ଅପଲୋଡ କରିଛନ୍ତି । ସଂଘାଇ ସହରର ଲୋକମାନେ ଲକଡାଉନର ସପ୍ତମ ଦିନରେ ଚିତ୍କାର କରୁଛନ୍ତି ବୋଲି ସେ ଭିଡିଓରେ ଲେଖିଛନ୍ତି । ତେବେ ଏଥିମଧ୍ୟରୁ ଜଣେ ବ୍ୟକ୍ତି ଚିତ୍କାର କରି କହୁଛନ୍ତି ଯେ, ଆଗକୁ ବହୁତ ବଡ ଅସୁବିଧା ହୋଇପାରେ । ଲୋକମାନଙ୍କୁ ଅଧିକ ଦିନ ବନ୍ଦ କରି ରଖିବା ସମ୍ଭବ ନୁହେଁ ବୋଲି ବ୍ୟକ୍ତି ଜଣକ ଚିତ୍କାର କରୁଛନ୍ତି । ଲୋକମାନଙ୍କର ଏହି ରାଗ ଖୁବ ଶୀଘ୍ର ବାହାରକୁ ଆସିବ ବୋଲି କହିଛନ୍ତି ଡଃ ଏରିକ ।

ସଂଘାଇ ସହରରେ କରୋନା ମାମଲା ଦିନକୁ ଦିନ ଖୁବ ବଢିବାରେ ଲାଗିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୋଭିଡ ଭାରିଆଣ୍ଟ ଓମିକ୍ରନର ବିଏ-୨ ଚୀନରେ ଆହୁରି ଦ୍ରୁତ ମାତ୍ରାରେ ସଂକ୍ରମଣ ବଢାଇବ ବୋଲି ଆଶଙ୍କା ରହିଛି । ଲକଡାଉନ ଯୋଗୁଁ ଏଠାରେ ଖାଦ୍ୟ ଏବଂ ପାନୀୟ ପାଇଁ ମଧ୍ୟ ଅଭାବ ଦେଖାଦେଲାଣି । ପରିବାକୁ ସଞ୍ଚିବା ସହ ଅଧିକ ଦିନ ରଖି କାଇବା ପାଇଁ ପ୍ରୟାସ କରୁଥିବାର ଅନେକ ଭିଡିଓ ସାମନାକୁ ଆସିଛି । ଗତ ରବିବାର ସଂଘାି ସହରରେ ମୋଟ ୨୫ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି । ସଂଘାଇ ସହରର ରାସ୍ତାକୁ ସାଧାରଣ ନାଗରିକଙ୍କୁ ବାହାରିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ସ୍ୱାସ୍ଥ୍ୟକର୍ମୀ, ସ୍ୱୟଂସେବକ, ଡେଲିଭରୀ କରୁତିବା ଲୋକମାନଙ୍କୁ ବିଶେଷ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.