ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ୯ଶହ କୋଟି ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯାଇଛି । ନୂଆଖାଇ ଉପଲକ୍ଷେ ଚାଷୀମାନଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷର ରବିଫସଲ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଆଭାସୀ ଜରିଆରେ ହିତାଧିକାରୀମାନଙ୍କୁ କାଳିଆ ସହାୟତା ବଣ୍ଟନ କରିଛନ୍ତି । କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫ ଫସଲ ପାଇଁ ୪୩ଲକ୍ଷ ୮୮ହଜାର ୨୩୮ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନା ସହାୟତା ରାଶି ପାଇଥିବାବେଳେ ୬୮ହଜାର ୭୫୫ ଭୂମିହୀନ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।
କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫ ଫସଲ ପାଇଁ ୪୩ଲକ୍ଷ ୮୮ହଜାର ୨୩୮ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନା ସହାୟତା ରାଶି ପାଇବା ପାଇଁ ଯୋଗ୍ୟ ଥିବାବେଳେ ୬୮ହଜାର ୭୫୫ ଭୂମିହୀନ ଚାଷୀ ଏହି ସହାୟତା ରାଶି ପାଇବେ । ତେବେ ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।