fbpx
BJD SKY
BJD SKY

ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

BJD

ଓଡ଼ିଶା ଭାସ୍କର: ବରଗଡ଼ବାସୀଙ୍କୁ ଖୁସି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହେର ଉଠା ଜଲ ସେଚନ ପ୍ରକଳ୍ପ, ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଏବଂ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରି ମୁଁ ବହୁତ ଖୁସି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ପ୍ରତି ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଶେଷ କରି ମହିଳା, ବୟସ୍କ ଏବଂ ଯୁବବର୍ଗଙ୍କ ପାଇଁ ହାତ ଖୋଲି ଦେଇଛନ୍ତି ରାଜ୍ୟ ସରକାର । ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ନବୀନ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଏବେ ରୂପାନ୍ତରଣ ପର୍ବ ଚାଲିଛି । ବିଏସକେୱାଇ ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ଏବେ ଓଡ଼ିଶା ପୂରା ଦେଶକୁ ଖାଦ୍ୟ ଯୋଗାଉଛି । ଏଥିରେ ବରଗଡ ଚାଷୀ ଭାଇଙ୍କ ଅବଦାନ ଯଥେଷ୍ଟ ଅଧିକ ରହିଛି । ବରଗଡରେ ନିର୍ମିତ ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଦେବ । ସୋହେଲା, ବିଜେପୁର, ବିଜେପୁର, ଡୁଙ୍ଗୁରିପାଲି ବ୍ଲକର ଚାଷୀ ଭାଇଙ୍କ ପାଇଁ ମଧ୍ୟ ଅନେକ ଖୁସି ନେଇ ଆସିଛି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ୱାରା ୬୦ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ନୂଆ ଆଶା ଆଣିଛି ।

Get real time updates directly on you device, subscribe now.