fbpx

କିଛି ସମୟ ମଧ୍ୟରେ ଘୋଷଣା ହେବ ମୁଖ୍ୟମନ୍ତ୍ରୀ ନାମ, ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ

Advertisement

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ସତ୍ତ୍ୱେ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଇଁ ନାମ ଘୋଷଣା ହୋଇ ନାହିଁ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଶୁଣିବା ଲାଗି ସାରା ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଜଣାପଡିବ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୂପେନ୍ଦ୍ର ଯାଦବ ଉପସ୍ଥିତ ଅଛନ୍ତି । ୩ କେନ୍ଦ୍ରମନ୍ତ୍ରୀ, ନବନିର୍ବାଚିତ ସାଂସଦମାନେ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.