ନୂଆଦିଲ୍ଲୀ: ଏବେ ବି ସାରା ବିଶ୍ୱ ପାଇଁ ବିପଦ ପାଲଟିଛି ମହାମାରୀ କରୋନା । ଏହି ସମୟରେ ବେଜ୍ଞାନିକଙ୍କ ଗୋଟିଏ ମତ ଏହି ଭୟକୁ ଆହୁରି ବଢାଇ ଦେଇଛି । କରୋନାର ଭାରିଆଣ୍ଟ ବିଏ.୧ ବିପକ୍ଷରେ କୋଭିସିଲ୍ଡ ଟୀକା କିଛିଟା ସ୍ଥାନରେ ବିଫଳ ହେଉଥିବା ଜଣାଯାଇଛି । ତେବେ ସଂକ୍ରମଣର ଶିକାର ହୋଇନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ । ଏବଂ ସେମାନଙ୍କ ନ୍ୟୁଟ୍ରିଲାଇଜିଙ୍ଗ ପାୱର କମ ହୋଇଥାଏ । କିନ୍ତୁ ଇନଫେକ୍ସନରୁ ସୁସ୍ଥ ହେବା ଏମାନଙ୍କ ପାଇଁ କଷ୍ଟକର ହୋଇ ପଡିବ ।
ତେଣୁ ଖୁବ ଶୀଘ୍ର ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି । କୋଭିସିଲ୍ଡର ଉଭୟ ଟୀକା ଗ୍ରହଣ କରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ୨୪ ଜଣ ସଂକ୍ରମିତ ସହ ୧୭ ଜଣ ସୁସ୍ଥ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି । ଉଭୟ କ୍ଷେତ୍ରରେ ଟୀକାକରଣ ପରେ ବି କରୋନାର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ସମସ୍ତ ସାମ୍ପଲ ଓମିକ୍ରନ ତୁଳନାରେ ବି.୧ ବିଟା ଏବଂ ଡେଲଟା ଭାରିଆଣ୍ଟ ଉପରେ ବେଶୀ ପ୍ରଭାବ ପକାଇଥିଲା । ଓମିକ୍ରନ ବିପକ୍ଷରେ ଆଣ୍ଟିବଡି ୦.୧୧ ମିଳିଥିବା ବେଳେ ଅନ୍ୟ ମାମଲାରେ ୧୧.୨୮ ଏବଂ ୨୬.୨୫ ଆଣ୍ଟିବଡି ମିଳିଛି ।
ଟୀକାକରଣ ହୋଇ ସାରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଡେଲଟା କିମ୍ବା ଅନ୍ୟ କରୋନାର ଭାରିଆଣ୍ଟ ତୁଳନାରେ ଅଧିକ ପ୍ରଭାବ ପକାଇଥାଏ ଓମିକ୍ରନ । କରୋନା ବିପକ୍ଷରେ ଦ୍ୱିତୀୟ ଡୋଜ ଟୀକା ନେବାର ୬ ମାସ ପରେ ଏହାର ପ୍ରଭାବ କମ ହୋଇଥାଏ ବୋଲି ନେସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜି ପୂର୍ବରୁ ସ୍ପଷ୍ଟ କରିସାରିଛି ।