fbpx

“ଭାରତରେ ଦୁଗ୍ଧ ସମବାୟ କ୍ଷେତ୍ର ସମଗ୍ର ବିଶ୍ୱରେ ଅନନ୍ୟ ଓ ଗରିବ ଦେଶମାନଙ୍କ ନିମନ୍ତେ ଏକ ରୋଲ ମଡେଲ”- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଦୁଗ୍ଧ ମହାସଂଘର ‘ବିଶ୍ୱ ଡାଏରୀ ଶିଖର ସମ୍ମିଳନୀ-୨୦୨୨’ ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ ମାର୍ଟ, ବୃହତ ନୋଏଡାରେ ଏହା ଆୟୋଜିତ ହେଉଛି। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାର ଆଜି ଭାରତରେ ସମବେତ ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ବିଶ୍ୱ ଡାଏରୀ ଶିଖର ବୈଠକ ଚିନ୍ତାଧାରା ବିନିମୟର ଏକ ବିରାଟ ମାଧ୍ୟମ ହୋଇପାରିବ ବୋଲି ସେ କହିଥିଲେ। “ଦୁଗ୍ଧ ଉତ୍ପାଦନ କ୍ଷେତ୍ର କେବଳ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିନାହିଁ, ବରଂ ଏହା ବିଶ୍ୱର କୋଟି କୋଟି ଜନସାଧାରଣଙ୍କ ଜୀବିକାର ଏକ ମୁଖ୍ୟ ସ୍ରୋତ ବୋଲି ସେ କହିଥିଲେ।”

ପ୍ରଧାନମନ୍ତ୍ରୀ ‘ପଶୁଧନ’ର ବିଶେଷତ୍ୱ ତଥା ଦୁଗ୍ଧ ସମ୍ପର୍କୀତ ବ୍ୟବସାୟ ଭାରତରେ ସାଂସ୍କୃତିକ ଦୃଶ୍ୟପଟର ଏକ ପ୍ରମୁଖ ଅଂଶ ବୋଲି କହିଥିଲେ। ଏହା ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅନେକ ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ଗୁଡିକୁ ତୁ‌ଳନା କଲେ ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୂଳରେ କେବଳ କ୍ଷୁଦ୍ର ଚାଷୀ ହିଁ ରହିଛନ୍ତି। ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଜନ ସାଧାରଣଙ୍କ ଦ୍ୱାରା ଉତ୍ପାଦନ ଉପରେ ପର୍ଯ୍ୟବେଶିତ। ଏହି କ୍ଷୁଦ୍ର ଚାଷୀମାନଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶଭାବେ ପରିଗଣିତ। ଏହି କ୍ଷୁଦ୍ର ଚାଷୀଗଣ ଗୋଟିଏ, ଦୁଇଟି ବା ତିନିଟି ପଶୁ ଜରିଆରେ ଉତ୍ପାଦନ ଅବ୍ୟାହତ ରଖିଥାନ୍ତି। ଦେଶ ଆଠକୋଟିରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏହି କ୍ଷେତ୍ର କର୍ମନିଯୁକ୍ତି ସୁଯୋଗ ଦେଇଥାଏ।

ଅନ୍ୟ ଏକ ବୈଶିଷ୍ଟ୍ୟ ସ୍ୱରୂପ ପ୍ରଧାନମନ୍ତ୍ରୀ ଡାଏରୀ କ୍ଷେତ୍ରରେ ମହିଳା ଶକ୍ତି ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କ ଭାରତୀୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଶତକଡା ୭୦ଭାଗ ପ୍ରତିନିଧିତ୍ୱ ରହିଛି। ଭାରତ ଡାଏରୀ କ୍ଷେତ୍ରରେ ମହିଳାମାନେ ହିଁ ନେତୃତ୍ୱର ଅଧିକାରୀ। କେବଳ ସେତିକି ନୁହେଁ, ଦୁଗ୍ଧ ସମବାୟ ସମିତିର ଏକ ତୃତୀୟାଂଶ ସଦସ୍ୟ କେବଳ ମହିଳା ବୋଲି ସେ କହିଥିଲେ। ସାଢେ ଆଠ ଲକ୍ଷ କୋଟିର ଡାଏରୀ କ୍ଷେତ୍ର ଉଭୟ ଧାନ ଓ ଗହମ କ୍ଷେତ୍ରର ମୂଲ୍ୟଠାରୁ ମଧ୍ୟ ଅଧିକ। ଏହା ଭାରତରେ ନାରୀ ଶକ୍ତି ମାଧ୍ୟମରେ ପରିଚାଳିତ ବୋଲି ସେ କହିଥିଲେ। “ଆମେ ସଂକଳ୍ପ କହିଛୁ ଯେ, ୨୦୨୫ ମସିହା ସୁଦ୍ଧା ଆମେ ସବୁ ପୁଶୁମାନଙ୍କ ପାଦ ଓ ମୁଖ ଫାଟୁଆ ରୋଗ ଓ ବ୍ରୁସେଲୋସିସ୍ ପାଇଁ ଟିକାକରଣ କରିବୁ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏହି ସବୁ ରୋଗରୁ ମୁକ୍ତ ହେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

 

 

Get real time updates directly on you device, subscribe now.