CHARIDHAM

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲିଅନ୍ତା: ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି। ଏହି ଦୁଇ ଜଣ ବ୍ୟକ୍ତିଙ୍କର କିପରି ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ଏହି ବନ୍ଦ ଘର ବହୁ ବିଳମ୍ବିତ ଯାଏ ଖୋଲିନଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏହି ଖବର ପାଇ ବାଲିଅନ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଛି ଏବଂ ମୃତଦେହ ଉଦ୍ଧାର କରିଛି।

ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବାବେଳେ ସାଇଣ୍ଟିଫିକ ଟିମ ଏବଂ ପୁଲିସ ମିଳିତ ତଦନ୍ତ ହେବ ବୋଲି ଜଣାପଡିଛି। ମୃତକମାନେ ନିଆଳି ଥାନା ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି। ସେମାନେ ଏହି ମଇଁଷି ଗୁହାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।