ନୂଆଦିଲ୍ଲୀ: କିଛି ଦିନ ପରେ ଖୋଲିଲା ଦୀଘା ଅଟ୍ଟାରୀ ସୀମା। ଆଉ ଭାରତୀୟ ପାକିସ୍ତାନୀଙ୍କୁ ମିଳିଲା ଆଶ୍ୱସ୍ତି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଟ୍ଟାରୀ ସୀମାକୁ ବନ୍ଦ କରାଯାଇଥିଲା।
ଆଉ ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ତୁରନ୍ତ ଦେଶ ଛାଡ଼ି ପାକିସ୍ତାନ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାପରେ ଅନେକ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା। ଭାରତରେ ବିବାହ କରି ଘର ସଂସାର କରିଥିବା ଅନେକ ପାକିସ୍ତାନି ଭାରତ ଛାଡ଼ିବାକୁ ନାରାଜ ଥିବା ଦେଖିବାକୁ ମିଳିଥିଲା।
ହେଲେ ଏବେ ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। କାରଣ ଭାରତ ଛାଡ଼ି ଯିବାର ସମୟ ସୀମା ବୃଦ୍ଧି କରିଛନ୍ତି ସରକାର। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏବେ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ।