ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ ତାଙ୍କ ସହ ଅର୍ଦ୍ଧସାମରିକ ବାହିନୀ ସୀମା ଅତିକ୍ରମ କରି ପଞ୍ଜାବରେ ଥିବା ସେମାନଙ୍କ ଶିବିର ଉପରେ ଆକ୍ରମଣ କରିବା ପରେ ୬ ଜଣ ନିଖୋଜ ହୋଇଯାଇଛନ୍ତି । ଏ ନେଇ ଗୁରୁବାର ଚାଷୀମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅର୍ଦ୍ଧସାମରିକ ବାହିନୀ ଏବଂ ହରିୟାଣା ପୁଲିସ ସୀମା ଅତିକ୍ରମ କରି ପଞ୍ଜାବରେ ପ୍ରବେଶ କରି କୃଷକ ଶିବିର ଉପରେ ଆକ୍ରମଣ କରିଥିବାରୁ ଆମେ ନିନ୍ଦା କରୁଛୁ । ଏହା କେମିତି ଘଟିଲା ତାହାର ଜବାବ ପଞ୍ଜାବ ପୁଲିସ ଦେବା ଦରକାର ।
VIDEO | “Paramilitary forces and Haryana Police forces crossed the (state) border and attacked the farmers’ camp in Punjab. Our six people are missing after the action. Punjab government should give the answers,” says a farmer leader while addressing a press conference at Shambhu… pic.twitter.com/DF6f5HohLX
— Press Trust of India (@PTI_News) February 22, 2024
“ଆମ ଟ୍ରାକ୍ଟର ଉପରେ ଆକ୍ରମଣ ହୋଇଥିଲା । ଆମର ୬ ଜଣ ଲୋକ ସେଠାରୁ ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଗତକାଲି ଉଠାଇ ନିଆଯାଇଥିଲା । ମାନବିକତା ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ମଧ୍ୟ ପାରାମେଡିକାଲ କର୍ମଚାରୀଙ୍କୁ କେହି ଆକ୍ରମଣ କରନ୍ତି ନାହିଁ । କିନ୍ତୁ ଗତକାଲି ଖାନୌରୀରେ ଥିବା ମେଡିକାଲ କ୍ୟାମ୍ପରେ ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କୁ ମାଡ଼ ମାରି ଲୁଟ୍ପାତ କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ସରକାର ବର୍ବରତାର ସୀମା ଅତିକ୍ରମ କରିଛନ୍ତି । ”