fbpx
BSKY
BJD MC SKY
BJD MS SKY

ଅପରାଜିତାଙ୍କ ପୁରୀ ଗସ୍ତରେ ହାଇଡ୍ରାମା, ଦଳୀୟ କାର୍ଯ୍ୟକ୍ରମ ନୁହେଁ କହି ଦୁରେଇ ରହିଲା ବିଜେପି

ପୁରୀ: ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହେବା ଲାଗି ଆଜି ସକାଳୁ ପୁରୀ ଅଭୀମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ତାଙ୍କର ଏହି ଗସ୍ତକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଅପରାଜିତା ତାଙ୍କ ସମର୍ଥକଙ୍କ ସହିତ ୧୦୦ରୁ ଅଧିକ କାର୍ ରେ ପୁରୀ ଆସିଥିଲେ । ପ୍ରଥମେ ଚନ୍ଦନପୁରରେ ତାଙ୍କୁ ପୋଲିସ ଅଟକାଇଥିଲା । ସେଠାରୁ ସାଂସଦ ନିଜ ସମର୍ଥକଙ୍କ ସହିତ ଚାଲିଚାଲି ଆଗକୁ ବଢ଼ିଥିଲେ ।

ତେବେ ସାଂସଦଙ୍କ ଏହି ପଦଯାତ୍ରାକୁ ସମର୍ଥନ କରି ନାହିଁ ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ । ଦଳ ଏହାକୁ ସମର୍ଥନ କରୁନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ଏଥିରୁ ଅପରାଜିତା ଏବଂ ବିଜେପି ମଧ୍ୟରେ ସବୁକିଛି ଠିକ୍ ନଥିବା ସ୍ପଷ୍ଟ ହୋଇଛି ।

ସୁରଥ କହିଛନ୍ତି ଯେ ବିଜେପି ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ସମର୍ଥନ କରୁଛି । ଏଏସଆଇ ଅନୁମତି ବିନା ରାଜ୍ୟ ସରକାର ମନ୍ଦିର ପାଶ୍ୱର୍ରେ କରିଡର କାର୍ଯ୍ୟ ଆରମ୍ଭ କରିଛନ୍ତି, ତେଣୁ ବିଜେପି ଏହାକୁ ବିରୋଧ କରୁଛି । ତେବେ ଆଜି ସାଂସଦଙ୍କ ପ୍ରତିବାଦ ପଦଯତ୍ରାକୁ ବିଜେପି ସମର୍ଥନ କରୁନାହିଁ । ଏହା ଦଳୀୟ କାର୍ଯ୍ୟକ୍ରମ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲ ।

ସବୁ ବାଧା ବିଘ୍ନକୁ ଏଡ଼ାଇ ସାଂସଦ ଅପରାଜିତା ସଡ଼ଙ୍ଗୀ ଶେଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ତାଙ୍କର ଏହି ହାଇଡ୍ରାମା ପ୍ରତିବାଦ ଯାତ୍ରା ମଧ୍ୟରେ ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ସାଷ୍ଟ୍ରାଙ୍ଗ ପ୍ରଣାମ କରିବା ପରେ କାନ୍ଦି ପକାଇଥିଲେ । ତାଙ୍କୁ ଜଗା ଦର୍ଶନ କରିବା ପାଇଁ ବାରମ୍ବାର ଅଟକାଇବା ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି । ଅପରାଜିତାଙ୍କୁ ପ୍ରଥମେ ଚନ୍ଦନପୁରରେ ପୋଲିସ ଅଟକାଇଥିଲା । ସେଠାରୁ ସାଂସଦ ନିଜ ସମର୍ଥକଙ୍କ ସହିତ ଚାଲିଚାଲି ଆଗକୁ ବଢ଼ିଥିଲେ । ଏହା ପରେ ମାଳତିପାଟପୁରଠାରୁ ସମସ୍ତ ସମର୍ଥକଙ୍କ ସହିତ ତାଙ୍କୁ କାର୍ ରେ ପୁରୀ ଯିବାକୁ ଅନୁମତି ମିଳିଥିଲା ।

ଜଗା ଦର୍ଶନ କରିବା ପରେ ସଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଶ୍ରୀମନ୍ଦିରର ସୁରକ୍ଷା ସମସ୍ତଙ୍କର ଦାୟୀତ୍ୱ । ସେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସମର୍ଥନ କରନ୍ତି, କିନ୍ତୁ ସମସ୍ତ କାର୍ଯ୍ୟ ଆଇନ୍ ପରିସରରେ ରହି ହେବା ଉଚିତ୍ । ରାଜ୍ୟ ସରକାର କଣ ପାଇଁ ଏଏସଆଇ ଅନୁମତି ବିନା କାର୍ଯ୍ୟ ଆରମ୍ଭ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.